ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କଲା ସ୍ବାମୀ

Published By : Suraj Kumar | June 9, 2025 4:41 PM

ଗୁମ୍ମା, ୯।୬ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଗ୍ରାମର ଓଡ଼ିଆ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଛି ସ୍ବାମୀ । ମୃତକ ଜଣକ ହେଲେ ମନିକା ପାଇକ (୨୬)।  ହତ୍ୟା କରି ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇ ଯାଇଛି । 

ଗଜପତି ଜିଲ୍ଲା ନୂଆଗଡ ବ୍ଲକ କେରେଡ଼ାଙ୍ଗ ଗ୍ରାମର ନରେନ୍ଦ୍ର ପାଇକ ଗାଇବା ଗ୍ରାମ ଓଡିଆ ସାହିର ମନିକା ପାଇକଙ୍କୁ ଆଜକୁ ୭ ବର୍ଷ ତଳେ ଵିଵାହ କରିଥିଲେ। ଏମାନଙ୍କ ପାଞ୍ଚ ବର୍ଷର ଝିଅ ବି ରହିଛି। ମନିକା ନିଜ ମାଆ ଘରେ ଗାଇବାରେ ଦୋକାନ କରି ରହୁଥିବା ବେଳେ ସ୍ବାମୀ ନରେନ୍ଦ୍ର ହାଇଦ୍ରାବାଦରେ କାମ କରୁଥିଲେ। ହାଇଦ୍ରାବାଦରୁ ଆସିଲେ ସେ ନିଜ ଶାଶୁଘରେ ଗାଇବାରେ ହିଁ ରହୁଥିଲେ। ହେଲେ ସୋମବାର ପାହାନ୍ତିଆ ବେଳେ ମନିକାଙ୍କ ମା’ ଗାଧେଇବାକୁ ବାହାରକୁ ଯାଇଥିଲେ। ଗାଧୋଇକି  ଫେରିଲା ପରେ  ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଅନ୍ୟମାନଙ୍କୁ ଝିଅକୁ ହତ୍ୟା କରାଯାଇଥିବା ଖବର ଦେଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ନିଜ ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟ ପଟେ ତଦନ୍ତ ପରେ ସଠିକ ସୂଚନା ମିଳିବ ବୋଲି ପୋଲିସ କହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.