ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ହୋମଗାର୍ଡ ଯୋଗ୍ୟତା ପରୀକ୍ଷା ଦେବାକୁ ଆସି ଯୁବକ ମୃତ

Published By : Anindita Ratha | May 29, 2025 9:47 AM

ପାରଳାଖେମୁଣ୍ଡି ,୨୯/୦୫: ହୋମଗାର୍ଡ ଇଣ୍ଟରଭ୍ୟୁ ବେଳେ ଅଭାବନୀୟ ଘଟଣା । ଯୋଗ୍ୟତା ପରୀକ୍ଷା ଦେବାକୁ ଆସି ଜଣେ ଯୁବକ ମୃତ, ୬ଜଣ ଅସୁସ୍ଥ ସୂଚନା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବେତଗୁଡ଼ା ସ୍ଥିତ ପୋଲିସ ବରେକରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ  ହେଲେ ଆର. ଉଦୟଗିରି ବ୍ଳକ୍ ରାମଗିରି ଅଞ୍ଚଳର ପରିସଲ ଗାଁର ଜଳନ୍ତ ମିଶାଲଙ୍କ ୨୫ ବର୍ଷୀୟ ପୁଅ ସୁଲନ୍ତ ମିଶାଲ ।

ସୂଚନା ମୁତାବକ, ବେତଗୁଡ଼ା ସ୍ଥିତ ପୋଲିସ ବରେକ୍‌ରେ ଆଜି ୯ଟା ବେଳେ ହୋମ ଗାର୍ଡ ଇଣ୍ଟରଭ୍ୟୁ ଚାଲିଥିଲା। ଯେଉଁଥିରେ ଜିଲ୍ଳାର ସମସ୍ତ ବ୍ଲକରୁ ଆଶାୟୀମାନେ ଯୋଗ୍ୟତା ପରୀକ୍ଷା ଦେବାକୁ ଆସିଥିଲେ । ଏହି ପରୀକ୍ଷା ପୂର୍ବରୁ ପୋଲିସ୍ ଡ୍ରିଲ୍ କରିଥିଲା । ମାତ୍ର ଏହି ସମୟରେ କୌଣସି କାରଣରୁ ସୁଲନ୍ତ ମିଶାଲ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାଛଡ଼ା ଇଣ୍ଟରଭ୍ୟୁ ବେଳେ ଅନ୍ୟ ୬ଜଣ ଆଶାୟୀ ମଧ୍ୟ ଅସୁସ୍ଥ ହୋଇପଡ଼ିଥିଲେ । ସମସ୍ତ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.