ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ପୃଥକ ପୃଥକ ସଡକ ଦୁର୍ଘଟଣାରେ ୩ ମୃତ; ୩୧ ଆହତ

Published By : Bijay Swain | May 27, 2025 10:14 PM

ମୋହନା, ୨୭/୫(ଆପ୍ର): ଗଜପତି ଜ଼ିଲ୍ଲା ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ପୃଥକ ପୃଥକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧  ଜଣ ଆହତ ହୋଇଛନ୍ତି l ମୃତକ ମାନେ ହେଲେ ଗୁବେଲ ଗାଁର ଶ୍ୟାମ ମାଝୀ (୨୨), ପୋଡାମାରି ଗାଁର ଗଣେଶ ମହାନ୍ତି (୨୨) ଓ ବଦlକୁଆ ଗାଁର ବିନୋଦ ଗମାଙ୍ଗ (୧୭) l ଆହତ ୩୧ ଜଣଙ୍କ ମଧ୍ୟରୁ ପ୍ରାଥମିକ ଚିକିତ୍ସା ପରେ ୧୦ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l 

ଖବର ମୁତାବକ, ଅଡବା ଥାନା ମାଣ୍ଡିମେରା ଡେଙ୍ଗିଲି ଗ୍ରାମ ରେ ଆୟୋଜିତ ବିବାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ ଲୋକ ଏକ ପିକଅପ୍ ଭ୍ୟାନରେ ଫେରୁଥିବା ବେଳେ ଲେଖାରିଗାଁ ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଏହି ଘଟଣାରେ ଗୁବେଲ ଗାଁର ଶ୍ୟାମ ମାଝୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ରୁ  ଉର୍ଦ୍ଧ ଲୋକ ଆହତ ହୋଇଛନ୍ତି l ଆହତମାନଙ୍କୁ ବିରିକୋଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି l 

ସେହିଭଳି ଗଞ୍ଜାମ ଜ଼ିଲ୍ଲା ପୋଡାମାରିରୁ ଏକ ରାସନ ବୋଝେଇ ମିନିଟ୍ରକ ମୋହନା ଅଭିମୁଖେ ଆସୁଥିବା ବେଳେ ଲୁହାଗୁଡ଼ି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା l ଦୁର୍ଘଟଣାରେ ଡ୍ରାଇଭର ଗାଡି ତଳେ ଚାପିହୋଇ ରହିଯାଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି l ମୋହନା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗାଡି ତଳୁ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ l ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଡ୍ରାଇଭର ଜଣକ ପାଟପୁର ଥାନା ପୋଡାମାରି ଗ୍ରାମର ଗଣେଶ ମହାନ୍ତି l ସେହିପରି ଅନ୍ତରବା ଡେଙ୍ଗମା ଛକରେ ଏକ ବାଇକକୁ ପିକଅପ୍ ଭ୍ୟାନ ଧକ୍କା ଦେଇଛି l ଫଳରେ ବାଇକ ଆରୋହୀ ବଦlକୁଆ ଗାଁର ବିନୋଦ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି l ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି l ଏନେଇ ଅଡବା ଏବଂ ମୋହନା ଥାନାରେ ପୃଥକ ପୃଥକ ୩ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଚାଲିଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠି ଓ ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.