ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ପୂର୍ବତନ ତହସିଲଦାରଙ୍କ ଗାଡିର ତେଲ ଦୁର୍ନତୀର ତଦନ୍ତ ଦାବି କଲେ ବ୍ଲକ ଅଧ୍ୟକ୍ଷା

Published By : Bijay Swain | May 27, 2025 6:13 PM

ରାୟଗଡ଼(ଗଜପତି)୨୭/୫: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ପୂର୍ବତନ ଭାରପ୍ରାପ୍ତ ବିଡିଓ ତଥା ତହସିଲଦାର ସୁକାନ୍ତ ପ୍ରଧାନଙ୍କ ଗାଡିର ତେଲ ଦୁର୍ନତୀର ତଦନ୍ତ ଦାବୀ କରିଛନ୍ତି ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ । ମଙ୍ଗଳବାର କଇଁପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l

ପ୍ରକାଶ ଯେ, ରାୟଗଡ଼ ବ୍ଲକ କାର୍ଯ୍ୟାଳୟରେ ଆବାସ ଯୋଜନା ନିରୀକ୍ଷଣ ନିମନ୍ତେ ଏକ ପ୍ରାଇଭେଟ ଗାଡି ଭଡା ଆକାରରେ ନିୟୋଜିତ ରହିଅଛି l ତେବେ  ଉକ୍ତ ଗାଡିର ଲଗ ବୁକ ଓ ସ୍ପିଡ଼ ମିଟର ରିଡିଙ୍ଗକୁ ଯାଞ୍ଚ କଲାବେଳେ ଏଥିରେ ପୂର୍ବତନ ଭାରପ୍ରାପ୍ତ ବିଡ଼ିଓ ତଥା ତହସିଲଦାର ଶ୍ରୀ ପ୍ରଧାନ ଦୁର୍ନୀତିରେ ଲିପ୍ତ ଥିବା ଜଣାପଡ଼ଛି l କିଛି ଦିନ ପୂର୍ବେ ବ୍ଲକରେ ନୂତନ ଭାବେ ବିଡ଼ିଓ ସନ୍ତୋଷ କୁମାର ବାରିକ ପୂର୍ବତନ ଭାରପ୍ରାପ୍ତ ବିଡ଼ିଓ ଶ୍ରୀ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ l ତେବେ ଦାୟିତ୍ୱ ହସ୍ତାନ୍ତର ପରେ ବ୍ଲକରେ ଭଡାରେ ଲାଗିଥିବା ପ୍ରାଇଭେଟ ଗାଡିର  ଲଗ ଵୁକ୍ ଏବଂ ସ୍ପୀଡ଼ ମିଟର ରିଡିଙ୍ଗକୁ ତଦାରଖ କରାଗଲାବେଳେ ଏଥିରେ ତାଳମେଳ ହେଉନଥିବା ଦେଖାଦେଇଥିଲା l 

ଏନେଇ ସମ୍ପୃକ୍ତ ଗାଡିର ଡ୍ରାଇଭର କୃଷ୍ଣଚନ୍ଦ୍ର ଶବରଙ୍କୁ ପଚାରିବାରେ ସେ ତାଙ୍କ ଅଧିକାରୀ ଭାବେ ସୁକାନ୍ତ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ ଅନୁଯାଇ ମିଥ୍ୟା ଗସ୍ତ ଦେଖାଇ ଲଗ୍ ଵୁକ୍ ରେ ଲେଖିଥିବା ସ୍ୱୀକାର କରିଥିଲେ l ତେଣୁ ଏଥିରେ ଉଚ୍ଚ ସ୍ତରୀୟ ତଦନ୍ତ କରି   ଅଧିକାରୀଙ୍କ ବିରୋଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି l ଏଥିସହ ତହସିଲ କାର୍ଯ୍ୟାଳରେ ଲାଗିଥିବା ଭଡାଗାଡିର ସମସ୍ତ କାଗଜ ପତ୍ରକୁ ମଧ୍ୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି l ଉକ୍ତ ଘଟଣାର ତଦନ୍ତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି  ଜିଲ୍ଲାପାଳ ବିଜୟ କୁମାର ଦାସ କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.