ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଆସନ୍ତା ୨୦ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଭୁବନେଶ୍ୱରରେ କରିବେ ବିଶାଳ ରୋଡ୍‌ ସୋ'

Published By : Prameya | June 15, 2025 9:04 AM

ଭୁବନେଶ୍ୱର,୧୫/୦୬: ଆସନ୍ତା  ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି  ପ୍ରଧାନମନ୍ତ୍ରୀଙ୍କ ମୋଦି । ରାଜ୍ୟ  ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନ ୩ଟାରେ  ବିମାନବନ୍ଦରରେ ପହଞ୍ଚିବେ ।  ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ଭବ୍ୟ  ସ୍ୱାଗତ କରାଯିବ । ଏହାପରେ ସେ ରୋଡ୍‌  ସୋ’ କରିବେ । ତ୍ରିରଙ୍ଗା ଯାତ୍ରାରେ ବି  ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି  ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । 

ରାଜ୍ୟରେ ବିଜେପି ସରକାରର  ପ୍ରଥମ ବର୍ଷପୂର୍ତ୍ତି ପାଇଁ ଆସନ୍ତା  ୨୦ତାରିଖରେ ଆୟାଜିତ ହେବାକୁ ଥିବା  ରାଜ୍ୟସ୍ତରୀୟ ଉତ୍ସବରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଯୋଗ ଦେବେ ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ବ୍ୟାପକ  ପ୍ରସ୍ତୁତି ଉଭୟ ସରକାରୀ ଓ ଦଳୀୟ  ସ୍ତରରେ ଆରମ୍ଭ ହୋଇଛି । ବିଜେପି  କାର୍ଯ୍ୟାଳୟରେ ଏ ସଂପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି କାର୍ଯ୍ୟକ୍ରମର  ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ଜନତା ମଇଦାନରେ ବିଶାଳ ଜନ  ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ  କରିବେ । ଏଥିପାଇଁ ୬୦ ଓଏଏସ୍‌  ସହଯୋଗ କରିବାକୁ ସରକାରୀ  ଭାବେ ନିର୍ଦ୍ଦେଶ ଜାରି ହୋଇଛି ।  

ରାଜ୍ୟରେ ବିଜେପି ସରକାର  ଆସିବା ପରେ ପ୍ରଧାନମନ୍ତ୍ରୀ ଷଷ୍ଠ ଥର  ପାଇଁ ଗସ୍ତରେ ଆସୁଛନ୍ତି । ଜନତା  ମଇଦାନରେ ହେବାକୁ ଥିବା ରାଜ୍ୟସ୍ତରୀୟ  ସମାବେଶରେ ଲକ୍ଷାଧିକ ଲୋକଙ୍କୁ  ଏକଜୁଟ କରିବାକୁ ପ୍ରସ୍ତୁତି ତେଜିଛି ।  ଏହି କାର୍ଯ୍ୟକ୍ରମକୁ ସଫଳ କରିବା  ନିମନ୍ତେ ୬୦ଜଣ ବରିଷ୍ଠ ଓଏଏସ୍‌  ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।  ଏହି ଅଫିସରମାନେ ୧୮ତାରିଖ ଅପରାହ୍ନ  ୩ଟାରେ ଜନତା ମଇଦାନରେ ଶିଳ୍ପ  ସଚିବ ହେମନ୍ତ ଶର୍ମାଙ୍କୁ ରିପୋର୍ଟ  କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହି  କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ  ଗୋଷ୍ଠୀ ମହିଳା, ବିଭିନ୍ନ କମ୍ୟୁନିଟି  ୱାର୍କରଙ୍କ ଉପସ୍ଥିତି ସୁନିଶ୍ଚିତ  କରାଇବାକୁ ସରକାର ଜିଲ୍ଲାପାଳ  ଓ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ  ସଭାରେ ଅନ୍ତ୍ୟୋଦୟ ଗୃହ ଯୋଜନାର  ୫୦ ହଜାର ହିତାଧିକାରୀଙ୍କୁ  କାର୍ଯ୍ୟାଦେଶ ବାଣ୍ଟିବେ । ପ୍ରଧାନମନ୍ତ୍ରୀ  ନୂଆ ଯୋଜନା ଘୋଷଣା କରିପାରନ୍ତି ।  ମହାପୁରୁଷ ଆଦର୍ଶ ଗାଁ ଯୋଜନା ବି  ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.