ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଚିରାଗ ପାଶୱାନଙ୍କ ବଡ଼ ଘୋଷଣା, ବିହାରର ସବୁ ବିଧାନସଭା ଆସନରେ ଲଢ଼ିବ ଏଲଜେପି

Published By : Tapas Panda | June 8, 2025 5:09 PM

Image Courtesy: ndtv

ପାଟନା: ବିହାର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ରାଜନୈତିକ ଦଳଗୁନିକ ତତ୍ପର ହୋଇପଡ଼ିଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ଏବଂ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମୁଖ୍ୟ ଚିରାଗ ପାଶୱାନ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଦଳ ବିହାରର ସମସ୍ତ ୨୪୩ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ । ଏହି ଲଢ଼େଇ NDAକୁ ମଜଭୁତ କରିବା ଲକ୍ଷ୍ୟରେ ଲଢ଼ାଯିବ ବୋଲି ସେ କହିଛନ୍ତି । ଭୋଜପୁର ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ସେ ଏହା କହିଛନ୍ତି । ଚିରାଗ ପାଶୱାନ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦଳ ଏନଡିଏଠାରୁ ଭିନ୍ନ ନୁହେଁ, କିନ୍ତୁ ତାଙ୍କର ଲକ୍ଷ୍ୟ ହେଉଛି ମେଣ୍ଟକୁ ଆହୁରି ମଜଭୁତ କରିବା।

 ସେ କହିଛନ୍ତି ଯେ, ମୁଁ ଏବଂ ମୋ ଦଳ ବିହାରର ୨୪୩ଟି ଆସନରେ ନିର୍ବାଚନ ଲଢ଼ିବୁ । ଏହା ଦ୍ଵାରା ଏନଡିଏ ମଜଭୁତ ହେବ ଏବଂ ଆମେ ଏକତ୍ରିତ ହୋଇ ବିଜୟ ଆଡକୁ ଅଗ୍ରସର ହେବୁ। ସେ ତାଙ୍କ ଅଭିଭାଷଣରେ ଏହା ମଧ୍ୟ ଦୋହରାଇଛନ୍ତି ଯେ, ଏଲଜେପି (ରାମବିଳାସ) ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବକୁ ବିଶ୍ବାସ କରିଆସିଛି । ଭୋଜପୁର ରାଲିରେ ଚିରାଗ ପାଶୱାନ ତଥାକଥିତ 'ଜଙ୍ଗଲ ରାଜ' ଉପରେ କଠୋର ଆକ୍ରମଣ କରିଛନ୍ତି । ଯେତେବେଳେ ଆମେ 'ଜଙ୍ଗଲ ରାଜ' ବିଷୟରେ କଥା ହେଉ, ଲୋକମାନେ ଏହାକୁ କେବଳ ଆରଜେଡି ସହିତ ଯୋଡ଼ନ୍ତି । କିନ୍ତୁ ସତ୍ୟ ହେଉଛି ଏଥିପାଇଁ କଂଗ୍ରେସ ସମାନ ଭାବରେ ଦାୟୀ । ବିହାରରେ ସେହି ସମୟରେ, ଉଭୟ ଦଳ କ୍ଷମତାରେ ଅଂଶୀଦାର ଥିଲେ ଏବଂ ରାଜ୍ୟକୁ ଅରାଜକତା ଆଡ଼କୁ ଠେଲି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । 

 ବୈଠକ ସମୟରେ ଚିରାଗ ପାଶୱାନ ସାମାଜିକ ନ୍ୟାୟର ପ୍ରବର୍ତ୍ତକ କର୍ପୁରୀ ଠାକୁରଙ୍କୁ 'ଭାରତ ରତ୍ନ' ପ୍ରଦାନ କରିବା ପାଇଁ ଏନଡିଏ ସରକାରଙ୍କ ନିଷ୍ପତ୍ତିକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ଆମ ସରକାର ଜୀବନସାରା ପଛୁଆ, ବଞ୍ଚିତ ଏବଂ ଗରିବଙ୍କ ଅଧିକାର ପାଇଁ ଲଢ଼ିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିଛନ୍ତି। ଏହି ନିଷ୍ପତ୍ତି ସାମାଜିକ ସଦଭାବନା ପାଇଁ ଆମର ସଂକଳ୍ପର ପ୍ରମାଣ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.