ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଆପ୍‌ର ବଡ଼ ଘୋଷଣା, ବିହାର ବିଧାନସଭା ନିର୍ବାଚନରେ ସବୁ ଆସନରୁ ଲଢ଼ିବ ଦଳ

Published By : Tapas Panda | June 11, 2025 8:54 PM

ନୂଆଦିଲ୍ଲୀ: ବିହାରର ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଚଳିତ ବର୍ଷ ହେବାକୁ ଥିବା ବିହାର ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇବ ଆମ୍ ଆଦମୀ ପାର୍ଟି (ଆପ୍) ।ପାର୍ଟି ସବୁ ସିଟରେ ଏକାକୀ ଲଢିବାକୁ ଘୋଷଣା କରିଛି ।ଏଏନଆଇ ସହ ଆଲୋଚନା ବେଳେ ସୌରଭ ଭରଦ୍ଵାଜ କହିଛନ୍ତି, ଗୁଜରାଟରେ ୫ଟି ଆସନରେ ଉପନିର୍ବାଚନ ହେବାର ଥିଲା। ଚାରୋଟି ଆସନରେ ପ୍ରାର୍ଥୀ ଦେଇଥିଲା କଂଗ୍ରେସ। ଆଉ ଗୋଟିଏ ସିଟରେ ଆପ୍ ପ୍ରାର୍ଥୀ ଦେଇଥିଲା। 

 ପୂର୍ବରୁ ସ୍ଥିର ହୋଇଥିଲା ଯେ, ଯେଉଁ ସିଟରେ ଯେଉଁ ଦଳର ପ୍ରାର୍ଥୀ ନିର୍ବାଚନ ଜିତିଥିଲେ ସେଠାରେ ସେହି ଦଳ ନିଜର ପ୍ରାର୍ଥୀ ଦେବ। ସେହି ଅନୁସାରେ କଂଗ୍ରେସ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା। କିନ୍ତୁ ଆମ ଭାଗରେ ଥିବା ଗୋଟିଏ ଆସନରେ ଆମେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ବି ସେଠାରେ ନିର୍ବାଚନ ଲଢିଲା। ଏମିତି କରି କଂଗ୍ରେସ ମେଣ୍ଟ ଧର୍ମ ଭଙ୍ଗ କରିଛି। ତେଣୁ ଏଥିରୁ ପାର୍ଟି ଉଚିତ୍ ଶିକ୍ଷା ନେଇ ବିହାରରେ କାହାରି ସହ ମେଣ୍ଟ ନ କରି ସବୁ ଆସନରେ ଏକା ଲଢିବାକୁ ନିଷ୍ପତ୍ତି ନେଇଛି । ବଡ଼ ନେତାମାନେ ଯାହା ନିଷ୍ପତ୍ତି ନେବେ, ଆମେ ତାହା ମଧ୍ୟ ଗ୍ରହଣ କରିବୁ। ଆମେ ବିହାରରେ ଏକାକୀ ନିର୍ବାଚନ ଲଢ଼ିବୁ ବୋଲି ସୌରଭ କହିଛନ୍ତି ।

 ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ଭଳି ଦିଲ୍ଲୀରେ ବିହାରୀମାନଙ୍କୁ ରୋଜଗାରରୁ କାଢି ଦିଆଯାଉଛି, ସେମାନଙ୍କ ଛୋଟ ଛୋଟ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଉଛି । ଠିକ୍ ସେହିପରି ବିହାରରେ ମଧ୍ୟ ବିହାରବାସୀ ବିଜେପିକୁ ରାଜ୍ୟରୁ ବାହାରର ରାସ୍ତା ଦେଖାଇବେ।, ବିଜେପିର ନୀତି ହେଉଛି ମିଛ କହିବା। ବାରମ୍ବାର ଏମିତି ମିଛ କୁହ ଯେମିତି ଲୋକେ ତାକୁ ସତ ବୋଲି ଭାବିବେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.