ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

୨୧ରୁ ୧୧ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ, ଓଡ଼ିଶା ଗସ୍ତରେ ଆସି ହିସାବ ନେବେ ପ୍ରଧାନମନ୍ତ୍ରୀ

Published By : Prameya | June 7, 2025 11:03 AM

ଭୁବନେଶ୍ୱର,୦୭/୦୬: ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି  ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ। ପୂର୍ତ୍ତି ଉତ୍ସବକୁ  ସ୍ମରଣୀୟ ପାଇଁ ବିଜେପି ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ଆସନ୍ତା ୧୨ ତାରିଖରେ  ବିଶାଳ ରାଜ୍ୟସ୍ତରୀୟ ସମାରୋହ ଆୟୋଜନ ହେଉଛି । ଜୁନ ୧୨ ନୁହେଁ ୨୦ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପି ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। 

ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି  ଅବସରରେ ୨୧ଟି ନିର୍ବାଚନ  ପ୍ରତିଶ୍ରୁତିରୁ ୧୧ଟି ପୂରଣ କରିଥିବା ରିପୋର୍ଟ କାର୍ଡକୁ ଜନତାଙ୍କ ସାମ୍ନାରେ ରଖିବେ । ବିଜେପି  ନେତାଙ୍କଠୁ କର୍ମୀ ସମସ୍ତେ ମୋଦିଙ୍କ ଗସ୍ତ ପାଇଁ ଉତ୍ସାହିତ ହୋଇପଡିଛନ୍ତି । ସରକାରଙ୍କ  ବର୍ଷ ପୂର୍ତ୍ତି ପାଇଁ ୧୨ରୁ ୨୦ ତାରିଖ ଯାଏଁ ଗାଁଠୁ ସହର ସବୁଠି ରାଜନୈତିକ ସମାବେଶ  ଚାଲିବ । ଗୋଟିଏ ବର୍ଷ ଭିତରେ ଏହା ମୋଦିଙ୍କ ଷଷ୍ଠ ଓଡ଼ିଶା ଗସ୍ତ ହେବ । ମୋଦି  ଗତବର୍ଷ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । ଏହାପରେ ମୋଦି  ‘ସୁଭଦ୍ରା’ ଉଦ୍‌ଘାଟନୀ ସମାରୋହ, ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ, ପ୍ରବାସୀ ଭାରତୀୟ  ସମ୍ମିଳନୀ ଓ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେବାକୁ ପାଇଁ ଓଡ଼ିଶା ଆସିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.