ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ

Published By : Ankita S | June 15, 2025 2:45 PM

ଭୁବନେଶ୍ୱର,୧୫/୦୬: ଯାଜପୁର ଜିଲ୍ଲାରୁ ରାଜ୍ୟର ୬ ଜିଲ୍ଲାକୁ ବ୍ୟାପିଲାଣି ଝାଡ଼ାବାନ୍ତି । ବିଭିନ୍ନ ଜିଲ୍ଲାରୁ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢୁଛି । ଏହାକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ବିଭାଗ ଜରୁରୀ ମାର୍ଗଦର୍ଶିକା ଜାରି କରିଛି । ଯେଉଁଥିରେ ସହରାଞ୍ଚଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତୁରନ୍ତ ପ୍ରତିରୋଧକ ଓ ପ୍ରତିକ୍ରିୟା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ପ୍ରାକ୍- ମୌସୁମୀ ସମୟରେ ସତର୍କ ରହିବା ସହିତ ଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବା ଏବଂ ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢୀ ପାନୀୟ ଜଳର ସ୍ବଚ୍ଛତା ନେଇ ସତର୍କତା ଏବଂ ବାସ୍ତବ ସମୟ ତଦାରଖ କରିବାକୁ ଅହ୍ୱାନ କରିଛନ୍ତି । ବିଶେଷ କରି ସହରାଞ୍ଚଳରେ ଅଧିକ ଧ୍ୟାନ ଦିଆଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଜିଲ୍ଲା ଦାୟିତ୍ୱରେ ଥଲା ବରିଷ୍ଠ ଅଧିକାରୀଙ୍କୁ ସଜାଗ ରହିବାକ କୁହାଯାଇଛି । ଯେକୌଣସି କ୍ଲଷ୍ଟରକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିରୋଧ ହେଉଛି ମୁଖ୍ୟ ଚାବିକାଠି । ଏହାକୁ ଗୁରୁତ୍ୱ ଦେବା ଦରକାର । ସାମ୍ପ୍ରତିକ ସୁରକ୍ଷାକୁ  ଗୁରୁତ୍ୱ ଦେବା ସହିତ ଡାଇରିଆ ବ୍ୟାପିବାକୁ ରୋକିବା ପାଇଁ କାର୍ଯ୍ୟ କରିବାକୁ ପଡିବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ।

ଜାରି ନିର୍ଦ୍ଦେଶାବଳୀ

ପାନୀୟ ଜଳର ଉତ୍ସର ତୁରନ୍ତ ଯାଞ୍ଚ ଏବଂ ପରିମଳ

ସମ୍ଭାବ୍ୟ ହଟସ୍ପଟ ଚିହ୍ନଟ ଏବଂ ତୁରକ୍ତ ପ୍ରତିକ୍ରିୟା

ସ୍ବାସ୍ଥ୍ୟ ବିଭାଗ ଟିମ୍ ସହିତ ଘନିଷ୍ଠ ସମ୍ପର୍କ

ସ୍ୱଚ୍ଛତାକୁ ଗୁରୁତ୍ୱ ସହ କ୍ଷେତ୍ର କର୍ମଚାରୀ ଏବଂ ସମ୍ପ୍ରଦାୟର ସମ୍ପୃକ୍ତିକୁ ସମ୍ବେଦନଶୀଳ କରିବା


ଅଧିକ ପଢନ୍ତୁ...ଯାଜପୁର ଜିଲ୍ଲା ଗସ୍ତରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ; ବିଭିନ୍ନ ହସ୍ପିଟାଲ ବୁଲି ଝାଡ଼ାବାନ୍ତିର କରୁଛନ୍ତି ସମୀକ୍ଷା

ଯାଜପୁର ଓ ଭଦ୍ରକ ପରେ ଏବେ ପଡୋଶୀ ଜିଲ୍ଲାକୁ ବ୍ୟାପୁଛି ଝାଡ଼ାବାନ୍ତି । ପ୍ରାୟ  ୬ ଜିଲ୍ଲାକୁ ବ୍ୟାପିଲାଣି ଡାଇରିଆ । ଭଦ୍ରକ, ଯାଜପୁର,କଟକ, ଖୋର୍ଦ୍ଧା ଓ ବରଗଡ଼ରେ ଝାଡାବାନ୍ତିରେ ପୀଡି଼ତ ହୋଇଛନ୍ତି ଲୋକ । ଦୂଷିତ ଜଳ ଓ ବିଷାକ୍ତ ଖାଦ୍ୟ ମୁଖ୍ୟ କାରଣ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାହାଯାଇଛି । ଆଜି ଯାଜପୁରର ସଂକ୍ରମିତ ଅଞ୍ଚଳ ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ହଇଜା ସ୍ଥିତି ସମୀକ୍ଷା କରିଛନ୍ତି । ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଭେଟି ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.