ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଓଡ଼ିଆ ଫିଲ୍ମ ଆଣ୍ଡ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ୮ ସୂତ୍ରୀ କାର୍ଯ୍ୟକ୍ରମ

Published By : Gurupada Nath | June 15, 2025 11:05 PM

ଭୁବନେଶ୍ବର, ୧୫/୬ :   ଓଡ଼ିଆ ସିନେମା ଜଗତକୁ ୮୭ବର୍ଷ ପୂରିବା ଯାଏ ନିର୍ଦ୍ଦେଶକମାନଙ୍କର କୌଣସି ସଂଗଠନ ନ ଥିଲା l ଆମର ସୌଭାଗ୍ୟ ଯେ, ଓଡ଼ିଆ ସିନେମା ଏବଂ ଟିଭି ଜଗତର ସାମଗ୍ରିକ ଉନ୍ନତି ପାଇଁ ଗତ ତିନି ବର୍ଷ ହେବ ଓଡ଼ିଆ ଚଳଚ୍ଚିତ୍ର ଓ ଟିଭି ଡାଇରେକ୍ଟରସ୍ ଆସୋସିସନ ଗଠନ ହେଲା l ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଗଠନ ଦ୍ଵାରା ଯେଉଁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି ଏବଂ ହେବ ତାର ସୂଚନା ଦିଆଯାଇଛି l ଆସୋସିଏସନର ପ୍ରମୁଖ ସଦସ୍ୟ ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ସବ୍ୟସାଚୀ ମହାପାତ୍ର, ତାପସ ସରଘରିଆ, ବବି ଇସଲାମ ଏହି ସୂଚନା ଦେଇଛନ୍ତି l

ଏହି ଅବସରରେ ୮ ଦଫା କାର୍ଯ୍ୟକ୍ରମର ସୂଚନା ଦିଆଯାଇଛି l ବିଶେଷ କରି ସଂଗଠନ ହେଲାପରେ ସବୁ ନିର୍ଦ୍ଦେଶକ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ହେବା ସହ ପ୍ରଯୋଜକ ସଂଘ, ଟେକ୍ନିସିଆନ ସଂଘ, କ୍ୟାମେରାମ୍ୟାନ ସଂଘ, ରାଇଟର୍ ସଂଘ ଓ ସମସ୍ତ ଟିଭି ଚ୍ୟାନେଲ ସହ ସୁସମ୍ପର୍କ ସ୍ଥାପନ ହୋଇପାରିଛି l ଯାହାଦ୍ବାରା ନିର୍ଦ୍ଦେଶକଙ୍କ ପେମେଣ୍ଟ ବାବଦରେ ସମସ୍ୟା ସବୁକୁ ଖୁବ୍ ସହଜରେ ସମାଧାନ କରାଯାଇପାରିଛି l ସିନେ ପ୍ରଯୋଜକ ଟିଭି ଚ୍ୟାନେଲ ସହ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ ଅନାୟାସରେ ହୋଇପାରିଛି l

ପ୍ରଯୋଜକମାନଙ୍କର କାମ ସୁରୁଖୁରୁରେ ହେବା ଏବଂ କାମ ଉଚ୍ଚମାନର ହେବାସହ ପ୍ରଯୋଜକ ମାନେ କିଭଳି ଲାଭବାନ ହେବେ ସେଥିପ୍ରତି ସଂଗଠନ ନିଜେ ସଚେତନ ରହିବାକୁ ସହିତ ସଭ୍ୟ ମାନଙ୍କୁ ମଧ୍ୟ ସଚେତନ କରାଉଚି l ନିର୍ଦ୍ଦେଶକ ସଂଘ କେବଳ ଉଚ୍ଚମାନର ସିନେମା ବା ଧାରାବାହିକ ନିର୍ମାଣ କରାଇବା ପାଇଁ ସଚେତନ ଅଛି ତା ନୁହେଁ ବରଂ ସିନେମା ଓ ଧାରାବାହିକ ସହିତ ସଂପୃକ୍ତ ୩ୟ, ୪ର୍ଥ ଶ୍ରେଣୀର କର୍ମଚାରୀମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଅନେକ ସମୟରେ ସେମାନଙ୍କ କାନ୍ଧ ସହିତ କାନ୍ଧ ମିଶେଇ ଛିଡ଼ା ହେବାପାଇଁ ପ୍ରତିଶ୍ରୁତିବଦ୍ଧ l ନିର୍ଦ୍ଦେଶକ ସଂଘ କେବଳ ସିନେମା ଏବଂ ଧାରାବାହିକ ପ୍ରତି ତାର ଦାୟିତ୍ଵ ବୋଧକୁ ସ୍ବୀକାର କରିଛି ତା ନୁହେଁ ସମାଜପ୍ରତି ଥିବା ତାର କର୍ତ୍ତବ୍ୟକୁ ବାରମ୍ବାର ପାଳନ କରିବାକୁ ଭୂଲି ନାହିଁ, ଯେମିତିକି ଖରାଦିନେ ପଥିକମାନଙ୍କୁ ଜଳଦାନ,ଛତା ବଣ୍ଟନ, ଟୋପି ବଣ୍ଟନ, ପଣା ବଣ୍ଟନ, ବୃକ୍ଷ ରୋପଣ, ରକ୍ତଦାନ, ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ପାଇଁ ପାଣି ପଣା ଛତା ଇତ୍ୟାଦି ବାଣ୍ଟିବା ସହ ସମାଜର ଅନେକ ଉନ୍ନତିମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି l

ନିର୍ଦ୍ଦେଶକମାନଙ୍କର ଅସମୟରେ ନିର୍ଦ୍ଦେଶକ ସଂଘ ସବୁବେଳେ ଛିଡ଼ା ହୋଇ ଆସିଚି, ବିଶେଷକରି ଯଦି କେହିଜଣେ ନିର୍ଦ୍ଦେଶକ ଅସମୟରେ ମୃତ୍ୟୁବରଣ କରିଛନ୍ତି ନିର୍ଦ୍ଦେଶକ ସଂଘ ସେମାନେ ସଭ୍ୟ କି ନୁହନ୍ତି ସେଥିପ୍ରତି ଧ୍ୟାନ ନଦେଇ ତାଙ୍କ ପରିବାରସହ ଆର୍ଥିକ ଏବଂ ମାନସିକ ସ୍ତରରେ ଦୃଢ଼ଭାବରେ ଛିଡ଼ାହୋଇ ଆସିଚି l ଅଶୋକ ଶର୍ମା, ତୃପ୍ତି ବିଶ୍ଵାଳଙ୍କ ପରିବାର ଏ କଥାର ମୁକସାକ୍ଷି l ଅନେକ ନିର୍ଦ୍ଦେଶକ ଗୋଟେ ନିର୍ଦ୍ଦିଷ୍ଟ ସମୟ ପରେ ସିଧାସଳଖ ଭାବେ କାର୍ଯ୍ୟକ୍ଷମ ରହିପାରନ୍ତି ନାହିଁ ଆଉ ତାପରେ ତାଙ୍କ ଉପରେ ନିର୍ଭରଶୀଳ ତାଙ୍କ ପରିବାର ଅସହାୟତା ଭିତରକୁ ଠେଲିହେଇଯାନ୍ତି l ଦୁଃଖର କଥା ଓଡ଼ିଆ ସିନେମା ଏତେ ବର୍ଷରେ ମଧ୍ୟରେ କେହିକେବେ ଚିନ୍ତାକଲେ ନାହିଁ l ନିର୍ଦ୍ଦେଶକ ସଂଘ ତାର ବାର୍ଷିକ ଉଛବରେ ପ୍ରଥମ ଥର ପାଇଁ ଏଥିପ୍ରତି ଅଣ୍ଟା ଭିଡ଼ିଲା। ଦୁଇଜଣ ପୁରୁଖା ନିର୍ଦ୍ଦେଶକଙ୍କୁ ଆଜୀବନ ମାସିକ 5000ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା କଲା ଏବଂ ତା ସହିତ ଉଭୟଙ୍କୁ ଏକକାଳୀନ ୫୦,୦୦୦ଟଙ୍କା ଲେଖାଏଁ ଅନୁଦାନ ଦେଲା(ଉକ୍ତ ଦୁଇଜଣ ନିର୍ଦ୍ଦେଶକ ହେଲେ ରମେଶ ଚନ୍ଦ୍ର ମହାନ୍ତି ଏବଂ ଜ୍ୟୋତି ପ୍ରକାଶ ନାୟକ) l ଏ ଅନୁଦାନ ଆମକୁ ଯୋଗେଇ ଦେଇଛନ୍ତି ପ୍ରଯୋଜକ ଡକ୍ଟର ଅଚ୍ୟୁତ ସାମନ୍ତ l ପ୍ରତିବର୍ଷ ନିର୍ଦ୍ଦେଶକ ସଂଘ ଏହିଭଳି ଆବଶ୍ୟକ କରୁଥିବା ବରିଷ୍ଠ ନିର୍ଦ୍ଦେଶକଙ୍କୁ ଏକକାଳୀନ ଏବଂ ମାସିକ ଆଜୀବନ ଆର୍ଥିକ ଅନୁଦାନ ଯୋଗାଇଦେବାକୁ ପ୍ରତିଜ୍ଞାବଦ୍ଧ l

ନିର୍ଦ୍ଦେଶକ ସଂଘ ସିନେମା ଓ ଧାରାବାହିକ ଜଗତ ତଥା ତାସହିତ କାମକରୁଥିବା ପ୍ରତ୍ୟେକଟି ବ୍ୟକ୍ତିର କିଭଳି ସର୍ବାଙ୍ଗୀନ ଉନ୍ନତି ହେବ ସେଥିପାଇଁ ରାଜ୍ୟ ସରକାରଙ୍କ ସହିତ ବାରମ୍ବାର ଆଲୋଚନକରିଚାଲିଚି ଏବଂ ସରକାର ମଧ୍ୟ ସେଥିପ୍ରତି ସଯତ୍ନେ ପ୍ରତିଶ୍ରୁତି ଦେଇଛନ୍ତି l ଆଜି ପ୍ରେସ ମିଟ୍ ଅବସରରେ ଆମେ ଓଡ଼ିଆ ସିନେମା ଏବଂ ଧାରାବାହିକ ନିର୍ଦ୍ଦେଶକ ସଂଘ ତରଫରୁ ସଂଘର ପ୍ରତ୍ୟେକଟି ସଭ୍ୟଙ୍କୁ ଧନ୍ୟବାଦ୍ ଦେବାସହ ଓଡ଼ିଆ ସିନେମା ଏବଂ ଧାରାବାହିକ ଜଗତର ଅନ୍ୟ ସମସ୍ତ ସଂଗଠନକୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ କାରଣ ସେ ସମସ୍ତ ସଂଗଠନ ଆମକୁ ପ୍ରତ୍ୟେକ ସମୟରେ ସହଯୋଗ କରିଛନ୍ତି ସେକଥା ନୁହେଁ ବରଂ ଆମ ସୁଖ ଦୁଃଖରେ ଭାଇଭଳି ଛିଡାହେଇଛନ୍ତି। ଏବଂ ଅନୁଷ୍ଠାନ ଓଡ଼ିଶା ସରକାରଙ୍କୁ ତାଙ୍କର ସମସ୍ତ ସହଯୋଗ ପାଇଁ ବିନମ୍ର ଭାବରେ ଧନ୍ୟବାଦ ଜ୍ଞାପନ କରୁଛି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.