ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

'ଅପରେସନ୍ ସିନ୍ଦୂର ପାକ୍ ସହ ଡିଲ ଥିଲା'; ଟିଏମ୍‌ସି ବିଧାୟକଙ୍କ ବୟାନକୁ ନେଇ ବିବାଦ, ଦୂରରେ ରହିଲା ଦଳ

Published By : Ankita S | June 7, 2025 10:04 AM

କୋଲକାତା,୦୭/୦୬: ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ ଭାରତୀୟ ସେନା ଅପରେସନ୍ 'ସିନ୍ଦୂର' ଲଞ୍ଚ କରିଥିଲା । ଏହାକୁ ନେଇ ତୃଣମୂଳ କଂଗ୍ରେସ ବିଧାୟକ (ଟିଏମସି) ନରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଦେଇଥିବା ବିୟାନକୁ ନେଇ ବିବାଦ ଉପୁଜିଛି । ଅପରେସନ୍ ସିନ୍ଦୂର ନାଟକ ଥିଲା ଏହା ପାକିସ୍ତାନ ସହ ଡିଲ ଥିଲା ବୋଲି କହିଛନ୍ତି ବିଧାୟକ ନରେନ୍ଦ୍ରନାଥ  । ଏହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ନାମରେ ମାମଲା ରୁଜ୍ଜୁ କରିଛି ବିଜେପି । ଏହି ମାମଲାରୁ ଟିଏମ୍‌ସି ନିଜକୁ ଦୂରେଇ ରଖିଛି । ବିଧାୟକଙ୍କର ଏହା ବ୍ୟକ୍ତିଗତ ବୟାନ ବୋଲି କହିଛି ଦଳ ।

କଣ କହିଥିଲେ ଟିଏମ୍‌ସି ବିଧାୟକ- ଏକ କାର୍ଯ୍ୟକ୍ରମକୁ ଟିଏମ୍‌ସି ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଅପରେସନ ସିନ୍ଦୂରକୁ ଏକ ନାଟକ ବୋଲି କହିଥିଲେ । ଏହା ବିଜେପି ଦ୍ୱାରା ଆରମ୍ଭ ହୋଇଥିବା ଏକ ଯୁଦ୍ଧ ଅଭଯାନ ଥିଲା । ସେମାନେ (ବିଜେପି) ଯେଉଁଭଳି ସିନ୍ଦୂର ଖେଳ ଆରମ୍ଭ କରିଛନ୍ତି ଲାଗୁଛି ତାହା ପୂରା ନାଟକ ଥିଲା । ପାକିସ୍ତାନ ସହ ଡିଲ୍ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଶଭକ୍ତ ଲୋକଙ୍କ ଭାବନା ସହ ଖେଳିଥିବା ଅଭିଯୋଗ କରିଥିଲେ । ବିଧାୟକଙ୍କର ଏହି ବୟାନକୁ ନେଇ ଭଡ଼କି ଥିଲା ବିଜେପି । ଏନଆଇଏ ତଦନ୍ତ ଦାବି କରିଛି ଭାରତୀୟ ଜନତା ପାର୍ଟି ।

ବିଜେପି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି,'' ଟିଏମ୍‌ସି ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀ ଦେଇଥିବା ବୟାନ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଯାହାକୁ ଅଣଦେଖା କରାଯାଇପାରିବ ନାହିଁ । ଏହିପରି ବୟାନକୁ ନେଇ ତୁରନ୍ତ ତଦନ୍ତ କରାଯାଉ ।''

ଅଧିକ ପଢନ୍ତୁ...ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ କାନାଡା ପିଏମ୍‌, ଜି-୭ ସମିଟ୍‌କୁ କଲେ ଆମନ୍ତ୍ରଣ

ନରେନ୍ଦ୍ରନାଥ ଚକ୍ରବର୍ତ୍ତୀଙ୍କ ବୟାନକୁ ନେଇ ଟିଏମ୍‌ସି ନିଜକୁ ଦୂରେଇ ରଖିଛି । ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି,''ଏହା ତାଙ୍କର ବ୍ୟକ୍ତିଗତ ବୟାନ । ଶାସକ ଦଳ ଏହାର ସମର୍ଥନ କରେନାହିଁ । ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ତାହା ସମ୍ଭବ ହୋଇପାରିନଥିଲା ।''

ସଫେଇ ଦେଲେ ବିଧାୟକ ନରେନ୍ଦ୍ରନାଥ- ଅପରେସନ୍‌ ସିନ୍ଦୂରକୁ ନେଇ ଦେଇଥିବା ବୟାନ ପରେ ବୋବାଲ ହେବାପରେ ସଫେଇ ଦେଇ ବିଧାୟକ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀ କହିଛନ୍ତି, ''ରାଜନୈତିକ ଉଦ୍ଦେଶ୍ୟ ପାଇଁ ବୟାନକୁ ଭୁଲ ଭାବରେ ଉପସ୍ଥାପନ କରାଯାଉଛି । ମୁଁ ଭାରତୀୟ ସେନା ସମେତ ଆମ ସୁରକ୍ଷାବଳକୁ ସମ୍ମାନ ଦିଏ । ମୋତେ ଏବଂ ମୋ ଦଳକୁ ଅପମାନିତ କରିବାକୁ ରାଜନୈତିକ ଉଦ୍ଦେଶ୍ୟ ପାଇଁ ମୋ ଭାଷଣର କିଛି ଅଂଶକୁ ଭୁଲ ଭାବେ ପ୍ରସାରିତ କରାଯାଉଛି ।''



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.