ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ବିହାରରେ ୩ଟି ପର୍ଯ୍ୟାୟରେ ହୋଇପାରେ ବିଧାନସଭା ନିର୍ବାଚନ, ଦୀପାବଳି ଓ ଛଟ୍‌କୁ ଦୃଷ୍ଟିରେ ରଖି ହେବ ଭୋଟ ତାରିଖ ଘୋଷଣ

Published By : Prameya | June 3, 2025 10:16 AM

Image source: ABP Live

ପାଟ୍‌ନା,୦୩/୦୬: ବିହାରରେ  ଚଳିତବର୍ଷ ଶେଷଆଡ଼କୁ ବିଧାନସଭା  ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।  ରିପୋର୍ଟ ଅନୁସାରେ, ସେଠାରେ ୩ଟି  ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ  ହୋଇପାରେ । ଦୀପାବଳି ଓ ଛଟ୍‌  ପର୍ବକୁ ଦୃଷ୍ଟିରେ ରଖି ଭୋଟ ତାରିଖ  ଘୋଷଣା ହେବ । ଇତିମଧ୍ୟରେ ମୁଖ୍ୟ  ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ  ଅଧ୍ୟକ୍ଷତାରେ ନିର୍ବାଚନ ଆୟୋଗର ଟିମ୍‌  ଚଳିତ ମାସରେ ପ୍ରସ୍ତୁତି ନେଇ ସମୀକ୍ଷା  କରିବାକୁ ରାଜ୍ୟ ଗସ୍ତରେ ଯିବେ । ଅବଶ୍ୟ  ସେ ସଂପର୍କିତ ତାରିଖ ସାମ୍ନାକୁ ଆସିନାହିଁ ।  

ନୀତୀଶ ସରକାରଙ୍କ କାର୍ଯ୍ୟକାଳ  ଚଳିତବର୍ଷ ନଭେମ୍ବର ୨୨ ତାରିଖରେ  ଶେଷ ହେବାର ଅଛି । ତେଣୁ ତା’  ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।  ଏଭଳିକ୍ଷେତ୍ରରେ ସେପ୍ଟେମ୍ବରର  ଶେଷ ସପ୍ତାହରେ ନିର୍ବାଚନ ଆରମ୍ଭ  ହୋଇ ଅକ୍ଟୋବର ମାସ ସାରା ଜାରି  ରହିପାରେ । ଅକ୍ଟୋବର ମାସରେ ୩ଟି  ବଡ଼ ପର୍ବ ରହିଛି । ତାକୁ ଦୃଷ୍ଟିରେ ରଖି  ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ  ହୋଇପାରେ । ନଭେମ୍ବର ମାସର ପ୍ରଥମ  ସପ୍ତାହରେ ଫଳାଫଳ ସାମ୍ନାକୁ ଆସିପାରେ  ବୋଲି ଚର୍ଚ୍ଚା ଚାଲିଛି ।  

ଏନ୍‌ଡିଏ ମୁଖ୍ୟମନ୍ତ୍ରୀ ନୀତୀଶ  କୁମାରଙ୍କ ନେତୃତ୍ୱରେ ବିଧାନସଭା  ନିର୍ବାଚନ ଲଢ଼ିବାର ସଙ୍କେତ ଦେଇଛି ।  ବେରୋଜଗାରୀ, ଆଇନଶୃଙ୍ଖଳା, ବିକାଶ  ପ୍ରସଙ୍ଗରେ ବିରୋଧୀ ଦଳ ଏନ୍‌ଡିଏକୁ  ଘେରିପାରନ୍ତି । ସେପଟେ ମହାମେଣ୍ଟରେ  ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ କୌଣସି  ସହମତି ହୋଇପାରିନାହିଁ । ଆର୍‌ଜେଡିର  ତେଜସ୍ୱୀ ଯାଦବ ମହାମେଣ୍ଟର ନେତୃତ୍ୱ  ନେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । କିନ୍ତୁ କଂଗ୍ରେସ ଅନେକ ଥର ଏହାକୁ ଖଣ୍ଡନ  କରିଛି । ପ୍ରଶାନ୍ତ କିଶୋରଙ୍କ ପାର୍ଟି  ମଧ୍ୟ ଏଥରକ ନିର୍ବାଚନ ମଇଦାନରେ  ରହିଛି । ତେଣୁ ନୂଆ ସମୀକରଣ ବି  ସୃଷ୍ଟି ହୋଇପାରେ । ଏହା ପୂର୍ବରୁ  ୨୦୨୦ର ବିହାର ବିଧାନସଭା ନିର୍ବାଚନ  ୩ଟି ପର୍ଯ୍ୟାୟରେ ହୋଇଥିଲା ।  ନଭେମ୍ବର ୧୦ ତାରିଖରେ ଫଳାଫଳ  ସାମ୍ନାକୁ ଆସିଥିବାବେଳେ ସେଥିରେ  ଏନ୍‌ଡିଏ ସର୍ବାଧିକ ୧୨୫ଟି ଆସନ  ଜିତିଥିଲା । ତା’ ପୂର୍ବରୁ ୨୦୧୫ରେ ସେଠାରେ ୫ଟି ପର୍ଯ୍ୟାୟରେ  ବିଧାନସଭା ନିର୍ବାଚନ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.