ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଜଳସମ୍ପଦ ବିଭାଗର ୨ଅଧିକାରୀ, ଏକକାଳୀନ ୨ ଟି ସ୍ଥାନରେ ଚଢାଉ

Published By : Harapriya Sethi | May 29, 2025 3:06 PM

ଗଜପତି, ୨୯/୦୫: ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ଭିଜିଲାନ୍ସ ଜାଲରେ ଜଳସମ୍ପଦ ବିଭାଗର ୨ ଅଧିକାରୀ । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ଧରାପଡ଼ିଲେ ବରିଷ୍ଠ ସହଯୋଗୀ ନରେଶ ପଟ୍ଟନାୟକ ଏବଂ ଉପଖଣ୍ଡ କୋଷଧ୍ୟକ୍ଷ ସୁରଜ ପ୍ରସାଦ ଜୈସ୍ୱାଲ । ୪ ଟି କାମର ବିଲ୍ କରାଇ ଦେବାକୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ । ଉଭୟଙ୍କୁ ଅଟକ ରଖି ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍ । 

ବରିଷ୍ଠ ସହଯୋଗୀ ନରେଶ ପଟ୍ଟନାୟକ ଏବଂ ଉପଖଣ୍ଡ କୋଷଧ୍ୟକ୍ଷ ସୁରଜ ପ୍ରସାଦ ଜୈସ୍ୱାଲ ଜଣେ ଠିକାଦାରଙ୍କଠାରୁ ୪ଟି ବିଲ୍ ପାସ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଠିକାଦାରଙ୍କୁ ପୂର୍ବରୁ ତାଙ୍କ ସମ୍ପର୍କୀୟଙ୍କ ନାମରେ ମୋଟ ୪ ଟି କାର୍ଯ୍ୟାଦେଶ ଦିଆଯାଇଥିଲା । ଯାହାର ମୂଲ୍ୟ ୮୬ ଲକ୍ଷ ଟଙ୍କାରୁ ଅଧିକ । ଏହି ସମୟ ମଧ୍ୟରେ, ଉକ୍ତ ଠିକାଦାର ୩୨ ଲକ୍ଷ ଟଙ୍କାର ରନିଂ ବିଲ୍ ଦାଖଲ କରିଥିଲେ। ଉପଖଣ୍ଡ କୋଷଧ୍ୟକ୍ଷ ସୁରଜ ପ୍ରସାଦ ଜୈସ୍ୱାଲ , ଡିଏଓ ଏବଂ ବରିଷ୍ଠ ସହଯୋଗୀ ନରେଶ ପଟ୍ଟନାୟକ, ସିନିୟର ଆସିଷ୍ଟାଣ୍ଟ UPI ଟ୍ରାଞ୍ଜାକ୍ସନ ମାଧ୍ୟମରେ ୩୨ ଲକ୍ଷ ଟଙ୍କାର ବିଲ୍ କ୍ଲିୟରାନ୍ସ ପାଇଁ ଏବଂ କାମ ଶେଷ ହେବା ପରେ ବାଳକା ବିଲ୍ ଦାଖଲ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଅନ୍ୟ କୌଣସି ଉପାୟ ନପାଇ ଠିକାଦାର ଜଣକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ । ଏହା ପରେ, ଭିଜିଲାନ୍ସ ଅଧିକାରୀମାନେ ଗୁରୁବାର UPI ମାଧ୍ୟମରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବରିଷ୍ଠ ସହଯୋଗୀ ନରେଶ ପଟ୍ଟନାୟକ ଏବଂ ଉପଖଣ୍ଡ କୋଷଧ୍ୟକ୍ଷ ସୁରଜ ପ୍ରସାଦ ଜୈସ୍ୱାଲ ଧରିଛନ୍ତି। ଏହା ପରେ ଉଭୟଙ୍କ ଦୁଇଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.