ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ନବରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ

Published By : Anindita Ratha | June 11, 2025 3:02 PM

ନବରଙ୍ଗପୁର, ୧୧/୦୬: ନବରଙ୍ଗପୁର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦେବାର ବିଭାଗ, ନୀତି ନିଯୋଗ ପରିଚାଳନା କମିଟି ଓ ମନ୍ଦିର ନିର୍ମାଣ କମିଟି ଆନୁକୁଲ୍ୟରେ ଏହା ଅନୁଷ୍ଠିତ ହୋଇଯାଇଛି । ରାଜ ପୁରୋହୀତ ନରସିଂହ ତ୍ରିପାଠୀଙ୍କ ତତ୍ତ୍ବବଧାନରେ ଦେବସ୍ନାନ ନୀତି ସମ୍ପନ୍ନ ହୋଇଛି । ପ୍ରାତଃ ସମୟରେ ଗୌଡ଼ ସେବାୟତମାନେ ଇନ୍ଦ୍ରାବତୀ ନଦୀଜଳ ମାଁ ଭଣ୍ଡାର ଘରଣୀ ମନ୍ଦିର କୂପଜଳ, ନୂଆବନ୍ଧ ଜଳ ଓ ଗୋରାମୁଣ୍ଡା ବନ୍ଧ ଠାରୁ ଜଳ ସଂଗ୍ରହ କରିଥିଲେ ।

ସକାଳ ୧୧ ଟାରୁ ପହଣ୍ଡି ହେବା ପରେ ଦେବସ୍ନାନ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା । ସଂଗୃହିତ ଜଳରେ ୧୦୮ ଟି ପଇଡ଼ ମିଶ୍ରଣ କରି ୧୦୮ ପିତଳ କଳସରେ ଦେବସ୍ନାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନିଯୋଗ ସଦସ୍ୟ ସିଏଚଚିଟି ବାବୁ କାର୍ଯ୍ୟ ତୁଲାଇଥିଲେ । ସ୍ନାନବେଦୀରେ ଅପରାହ୍ନରେ ଶ୍ରୀଜିଉ ଗଜାନନ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ସ୍ନାନ ପରେ ପରମ୍ପରା ଅନୁସାରେ ଶ୍ରୀଜିଉଙ୍କୁ ୧୫ ଦିନ ପର୍ଯ୍ୟନ୍ତ ଅଣସର କକ୍ଷରେ ରଖାଯିବ । ସେଠାରେ ଦଶଦିନ ପର୍ଯ୍ୟନ୍ତ ଗୁପ୍ତ ସେବା କରାଯିବ । 

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ କମଳ ଲୋଚନ ମିଶ୍ର ଦେବର କମିଟି ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସୁର, ତହସିଲଦାର ଶୈଳାଶ ଚନ୍ଦ୍ର ତ୍ରିପାଠୀ, ସଦସ୍ୟ ଝାଡେଶ୍ଵର ଖାଡାଙ୍ଗା,ଜଗନ୍ନାଥ ଚୌଧୁରୀ, ଜଗନ୍ନାଥ ମନ୍ଦିର ପୂରୋହୀତ ଶେଷଧର ବ୍ରହ୍ମା, ଓ ଦେବୀ ନାୟକ, ମହାଲକ୍ଷ୍ମୀ ମନ୍ଦିର ପୂଜକ ରବିନ୍ଦ୍ର ଶତପଥ, ମନ୍ଦୀର ନିର୍ମାଣ କମିଟି ସଭାପତି ନରସିଂହ ତ୍ରିପାଠୀସମ୍ପାଦକ ସତ୍ୟବାଦୀଷଡଙ୍ଗୀ, ରାଜେନ୍ଦ୍ର ତ୍ରିପାଠୀ ତ୍ରିପତୀ ସାଇଁ, ନିତୀ ନିଯୋଗ ପରିଚାଳନା କମିଟି ସଭାପତି ନରେଶ ତ୍ରିପାଠୀ, ସଂପାଦକ କୁନା ପାତ୍ର, ଭବାନୀ ଶତପଥୀ ଦୁର୍ଗା ତ୍ରିପାଠୀ, ପୂର୍ଣଚନ୍ଦ୍ର ମହାପାତ୍ର, ମାଂ ଭଣ୍ଡାର ଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ର ଶିକ୍ଷାର୍ଥୀ, ଗଉନ ଆଉ ଆଇ ବିଜୟ କୁମାର ମାଝୀ, ଗଗନ ସୌରା,ଚୈତନ୍ୟ ନାୟକ, ଦୁର୍ଗ ଖଡଗରାୟ, ପ୍ରମୁଖ ଶ୍ରଦ୍ଧାଳୁ ମାନେ ସହଯୋଗ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.