ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଖରିଫ ମଣ୍ଡିରେ ବ୍ୟତିକ୍ରମ ଘଟଣା, ଚାଷୀଙ୍କୁ ସମର୍ଥନ ଜଣାଇ ବିଜେଡି ପକ୍ଷରୁ ୮ ଘଣ୍ଟିଆ ବନ୍ଦ ପାଳନ

Published By : Anindita Ratha | June 12, 2025 2:35 PM

ରାଇଘର,୧୨/୦୬: ଖରିଫ ମଣ୍ଡିରେ ଧାନ ଦେଇ ପ୍ରାୟ ୩୪୪ ଜଣ ଚାଷୀ ପାଇ ନାହାନ୍ତି ଟଙ୍କା  । ଏନେଇ  ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଚାଷୀଙ୍କୁ ସମର୍ଥନ ଜଣାଇ ୮ ଘଣ୍ଟିଆ ବନ୍ଦ ପାଳନ କରିଛି  ବିଜେଡି । ଏହି ବନ୍ଦ ପାଳନରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ନବୀନା ନାୟକ, ଉପେନ୍ଦ୍ର ଗଣ୍ଡ, ଚିତ୍ତରଞ୍ଜନ ଗଣ୍ଡ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ପ୍ରାୟ ଶତାଧିକ କର୍ମୀ ଓ ଚାଷୀ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ ମୁଖ୍ୟ ବଜାର ସମେତ ଦୋକାନ ଓ ଗାଡ଼ି ମୋଟର ଯାତାୟତ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । 

ସୂଚନା ଥାଉକି, ମଣ୍ଡିର ଶେଷ ପର୍ଯ୍ୟୟରେ ଅର୍ଥାତ ଫେବ୍ରୁଆରୀ ମାସରେ ୩୪୪ ଜଣ ଚାଷୀ ୧୪ ହଜାର ୨ ଶହ କୁଇଣ୍ଟାଲ ଧାନ ମଣ୍ଡିରେ ଦେଇଥିଲେ । ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟି.ପି ଦେବାରେ ବିଳମ୍ବ ହେବାରୁ ଫେବୃଆରୀ ୨୨ ତାରିଖ ଭିତରେ ଧାନ ଦେଇଥିବା ଚାଷୀ ଆଜି ପର୍ଯ୍ୟନ୍ତ ଟଙ୍କା ପାଇ ପାରିନାହାନ୍ତି । ଏବେ ସୁଦ୍ଧା ସେମାନଙ୍କୁ ପ୍ରାୟ ୪ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ମିଳିନଥିବା ଯୋଗୁଁ ଶତାଧିକ ଚାଷୀ ନିରାଶ ହୋଇ ବାରମ୍ବାର ଲ୍ୟାମ୍ପ୍ସ କାର୍ଯ୍ୟାଳୟକୁ ଯାଇ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାରଙ୍କ ପକ୍ଷରୁ କୌଣସି ସୁଫଳ ନ ମିଳିବାରୁ ଏବେ ଚାଷୀ ଭୁବନେଶ୍ୱର ବିଧାନସଭା ସମ୍ମୁଖରେ ଧାରଣା ଦେବା ଜାରି ରଖିଛନ୍ତି। ଆଉ ଏହାକୁ ନେଇ ଆଜି ଚାଷୀଙ୍କୁ ସହଯୋଗ କରି ସ୍ଥାନୀୟ ବିଜେଡି ପକ୍ଷରୁ ବନ୍ଦ ପାଳନ ଡାକରା ଦେଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.