ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଜଳସେଚନ ଓ ଇକୋ-ଟୁରୀଜିମ୍‌ର ବିକାଶ କରାଯିବ: ମନ୍ତ୍ରୀ

Published By : Bijay Swain | June 13, 2025 7:34 PM

ନବରଙ୍ଗପୁର,୧୩/୬(ଆପ୍ର): ନବରଙ୍ଗପୁର ଜିଲ୍ଲା ଅପାର ସମ୍ଭାବନାର ଜିଲ୍ଲା । ଚାଷୀଙ୍କୁ ଜଳସେଚନ ଓ ଇନ୍ଦ୍ରାବତୀରେ ଇକୋଟୁରୁଜିମ୍‌ର ବିକାଶ କରାଯିବ। ଏହା କହିଛନ୍ତି, ବାଣିଜ୍ୟ ପରିବହନ ଓ ଖଣିଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା। 

ନବରଙ୍ଗପୁର ଜିଲ୍ଲାରେ ଗସ୍ତରେ ଆସି ଇନ୍ଦ୍ରାବତୀ ଜଳଭଣ୍ଡା ୩ଟି ଡ୍ୟାମ୍ ଇନ୍ଦ୍ରାବତୀ, କପୁର ଓ ପୋଡାଗଡ ଡ୍ୟାମ୍ ପରିଦର୍ଶନ କରି ମନ୍ତ୍ରୀ ଏହା କହିଛନ୍ତି। ମୋହନ ମାଝୀଙ୍କ ସରକାର ଲୋକଙ୍କ ସରକାର। ତେଣୁ ଇନ୍ଦ୍ରାବତୀ ଡ୍ୟାମ୍‌ରୁ ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ନିଶ୍ଚିତ କରା‌ଯିବ । ସେଭଳି ୩ଟି ଡ୍ୟାମ୍‌ରେ ପର୍ଯ୍ୟଟନ କ୍ଷେତ୍ର ପାଇଁ ଅପାର ସମ୍ଭାବନା ରହିଛି। ତେଣୁ ଇନ୍ଦ୍ରାବତୀ ଅଞ୍ଚଳରେ ଇକୋ-ଟୁରୀଜିମ୍‌ର ବିକାଶ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ ବୋଲି କହିଛନ୍ତି। ସେଭଳି ଜିଲ୍ଲାରେ ଶିଳ୍ପର ବିକାଶ ପ୍ରତି ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। 

ମନ୍ତ୍ରୀଙ୍କ ଏହି ଗସ୍ତରେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ବିଜେପି ଜିଲ୍ଲାସଭାପତି କୁଞ୍ଜବିହାରୀଦାସ, ନବରଙ୍ଗପୁର ଜିଲ୍ଲାପାଳ ଡା.ଶୁଭଙ୍କର ମହାପାତ୍ର, ଜିଲ୍ଲାପରିଷଦ ସିଡିଓ ବିରଞ୍ଚି ନାରାୟଣ ଦରଓ୍ବାନ, ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.