ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଜମି ହଡ଼ପ ପାଇଁ ୧୫ ପରିବାରର ୭୫ ଜଣ ବାସନ୍ଦ, ଏସପିଙ୍କ ଦ୍ବାରସ୍ଥ ହେଲେ ପରିବାର ଲୋକେ

Published By : Suraj Kumar | June 12, 2025 9:48 PM

ନବରଙ୍ଗପୁର,୧୨।୬( ଆପ୍ର) : ଜମି ହଡ଼ପ ପାଇଁ ସାମିଜକ ବାସନ୍ଦ । ଗୋଟିଏ ବଂଶଧରର ଜଣେ କି ଦୁଇଜଣ ନୁହେଁ । ୧୫ ପରିବାରର ୭୫ଜଣଙ୍କୁ ସାମାଜିକ ବାସନ୍ଦ କରାଯାଇଛି। ନିଆଁ ପାଣିରୁ ବାସନ୍ଦ କରାଯାଇଛି। ଗାଁର କୌଣସି ବ୍ୟକ୍ତି ସେମାନଙ୍କ ସହ କଥା ହେଲେ ୫ଶହ ଟଙ୍କା ଜରିମନା ଦେବାକୁ ଫତଓ୍ୱା ଜାରୀ କରାଯାଇଛି। ଏହି ସାମାଜିକ ବାସନ୍ଦରୁ କେବଳ ମଣିଷ ପୀଡିତ ତାହା ନୁହେଁ, ଗୋ-ସଂପଦ ମଧ୍ୟ ବାଦ ପଡିନାହାଁନ୍ତି। ସେମାନଙ୍କର ଗାଈଗୋରୁ ଦୁଇ ଦିନ ହେଲେ ଖାଲି ପେଟରେ ରହିଛନ୍ତି। ଗାଈଗୋରୁଙ୍କୁ ଚରାଇବା ପାଇଁ ଦିଆଯାଉନି। ପିଇବା ପାଣି ନଳକୂପରୁ ଲୁଚି ଲୁଚି ଆଣିବାକୁ ପଡୁଛି। ଏଭଳି ଅଭିଯୋଗ କରି କୋଡିଙ୍ଗାଥାନା ବାଙ୍କୁଲି ଗାଁର ଗୋଟିଏ ବଂଶଧରର ୧୦ଜଣ ଯୁବକ ବରିଷ୍ଠ କଂଗ୍ରେସ ନେତା ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ ଗୁରୁବାର ସନ୍ଧ୍ୟାରେ ନବରଙ୍ଗପୁର ଏସ୍‌ପି ମାଡକାର ସନ୍ଦୀପ ସମ୍ପତଙ୍କ ନିକଟରେ ନ୍ୟାୟ ପାଇଁ ଦ୍ବାରସ୍ଥ ହୋଇଛନ୍ତି। ପୁରା ଅଭିଯୋଗ ଶୁଣିବା ପରେ ଏସ୍‌ପି ଏହି ଘଟଣାକୁ ଗୁରୁତର ସହିତ ନେଇଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ପୀଡିତ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି। 

ଭଗବନା ଭତ୍ରା, ରଘୁନାଥ ଭତ୍ରା, ପଦଲାମ ଭତ୍ରା, ସଦାଭତ୍ରା, ଲମ୍ବଦର ଭତ୍ରା, କୁମର ଭତ୍ରା, ଦେବେନ୍ଦ୍ର ଭତ୍ରା, ଡମୁଭତା, ପିତାମ୍ବାର ଭତ୍ର ଓ ବଲଭତ୍ରା ପ୍ରମୁଖ ଅଭିଯୋଗ କରିଛନ୍ତି, ଯେ ସେମାନଙ୍କର ଜେଜେ ବାପା ୪ ଭାଇ । ବୁଟିଭତ୍ରା, ସମ୍ଭାରଭତ୍ରା, ମାରୁଭଦ୍ରା ଓ ଲକ୍ଷ୍ମୀଧର ଭତ୍ରା । ଏହି ୪ ଜଣ ଜେଜେବାପା ଆରପାରିରେ ଥିବା ବେଳେ ସେଥିମଧ୍ୟରୁ ଦୁଇଜଣ ଜେଜେବାପା ବୁଟିଭଦ୍ରା ଓ ସମ୍ଭାରୁ ଭତ୍ରାଙ୍କର କୌଣସି ଉତ୍ତରାଧିକାରୀ ନାହିଁଛି । ମାରୁଭତ୍ରା ଓ ଲକ୍ଷ୍ମୀଧର ଭତ୍ରାର ୬ ପୁଅଙ୍କର ୭୫ଜଣ ରହିଛନ୍ତି । ସେମାନଙ୍କର ୨୦ଏକର ଚାଷ ଜମି ରହିଛି । ଏମାନଙ୍କର ଚାଷ ଜମି ଗୁଡିକ କୁ ହଡପ କରିବାକୁ ଚକ୍ରାନ୍ତ କରି କୋଗଗାଁର ଜନୈକ ବ୍ୟକ୍ତି ନିଜ ନାମକୁ ଚଞ୍ଚଚକତା କରି ମୃତକ ସମ୍ଭାରୁ ଭତ୍ରା ତ’ ଆଉ ଆଉ କେତେ ବେଳେ ବୁଟିଭର୍ତ୍ତା ବୋଲି ନିଜକୁ ଦର୍ଶାଇ ଜମି ହଡପ ପାଇଁ ଚକ୍ରାନ୍ତ କରି ଆସୁଥିଲା। ଏଭଳିକି ଶେଷକୁ ଜମିଜମା ମାମଲା ଅଦାଲତରେ ବିଚାରାଧୀନ ରହିଛି । ଏହା ଭିତିରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଦୀର୍ଘ ୧୦ ବର୍ଷ ଧରି ବାଙ୍କୁଲିଗାଁର ବାସିନ୍ଦା ହୋଇ ଗାଁ ଲୋକଙ୍କୁ ପ୍ରଭାବିତ କରି ନିଜ ଆଡକୁ ଟାଣି ନେଇଛି। ଗାଁରେ ଦୁଇ ଦିନ ତଳେ ବୈଠକ ଡକାଇ ୧୫ପରିବାର ୭୫ଜଣଙ୍କୁ ଗାଁରୁ ବାସନ୍ଦ କରାଇଥିଲା । ଆଉ ସେମାନଙ୍କ ଚାଷ ଜମିରେ ବିହନ ବୁଣି ୨୦ଏକର ଚାଷ ଜମିକୁ ନିଜ କବ୍‌ଜାକୁ ନେଇଯାଇଛି ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.