ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

କଇଁଛ ଚୋରା ଚାଲାଣ ପଣ୍ଡ; ୪୦ଟି କଇଁଛ ଉଦ୍ଧାର କଲା ଝରୀଗାଁ ବନ ବିଭାଗ

Published By : Rasmita Pradhan | June 10, 2025 1:49 PM

ଝରୀଗାଁ, ୧୦/୦୬ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକର ଚକଲାପଦାର ପଞ୍ଚାୟତ କଂଗ୍ରା ସେକ୍ସନରୁ ବନ ବିଭାଗ ୪୦ଟି ଜୀବନ୍ତ କଇଁଛ ଉଦ୍ଧାର କରିଛି। ଉମରକୋଟ ବ୍ଲକ ପୂଜାରୀ ଗୁଡା UV-9ର ସୁରଜିତ ମଣ୍ଡଳ (୩୧ ବର୍ଷ) ବାଇକ୍ ଯୋଗେ କଇଁଛ ନେଇ ଯାଉଥିବା ବେଳେ ବନ ବିଭାଗ ଟିମ୍ ହାତରେ ଧରା ପଡ଼ିଛନ୍ତି। 

ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲାର ଲୋଡୁଗାଁ ଗ୍ରାମରୁ କଇଁଛ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରାତି ୮ ଟାରେ ଫରେଷ୍ଟର ଅମିତ କୁମାର ଦାସ, ବିଷମ ପୂଜାରୀ, ଗଣପତି ଭତରା ସହ ୱାଇଲ୍ଡ ଲାଇଫ୍ ସ୍କ୍ଵାଡ୍ ଚଢାଉ କରିଥିଲେ। ଏହି ସମୟରେ ଉମରକୋଟ ବ୍ଲକ ପୂଜାରୀ ଗୁଡା UV-9ର ସୁରଜିତ ମଣ୍ଡଳ ବାଇକ୍ ଯୋଗେ ଜୀବନ୍ତ କଇଁଛ ନେଇ ଯାଉଥିବା ବେଳେ ବନ ବିଭାଗ ହାବୁଡ଼ରେ ପଡ଼ିଥିଲେ। ଯାଞ୍ଚ ବେଳେ ତାଙ୍କ ନିକଟରୁ ୪୦ଟି ବିରଳ କଇଁଛ ଜବତ ହୋଇଥିଲା। କଇଁଛ ତସ୍କରୀ ଅଭିଯୋଗରେ ବନ ବିଭାଗ ସୁରଜିତଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳ, ଜବତ କଇଁଛ ଗୁଡ଼ିକୁ ଝରୀଗାଁ ସ୍ଥିତ ସେଣ୍ଟ୍ରାଲ ନର୍ସରୀ ଠାରେ ରଖାଯାଇଛି।

କଇଁଛ ଗୁଡ଼ିକୁ ଉମରକୋଟ ଅଞ୍ଚଳରେ ବିକ୍ରି ପାଇଁ ନେଉଥିବା ଅଭିଯୁକ୍ତ ସ୍ଵୀକାର କରିଛନ୍ତି। କଳାହାଣ୍ଡିରୁ ଲକ୍ଷାଧିକ ଟଙ୍କାର କଇଁଛ ଚାଲାଣ ହେଉଥିବା ନେଇ ଅଭିଯୋଗ ଆସିଥିବା ବେଳେ ଏହା ପଛରେ କୌଣସି ବଡ଼ ରାକେଟ୍ କାମ କରୁଥିବା ସନ୍ଦେହ ବଢିଛି। ତୃଣମୂଳ ସ୍ତରରେ ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ରେଞ୍ଜର ଗୋବିନ୍ଦ ନାୟକ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.