ଚାନ୍ଦବାଲି ୧୫/୦୬: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଭୂଇଁବୃତ୍ତି ପଞ୍ଚାୟତରେ ରାଜନୈତିକ ହିଂସା । କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି ଅଞ୍ଚଳ । ଦୁଇଟି ନିର୍ଦ୍ଦିଷ୍ଟ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୂଇଁବୃତ୍ତି ଗାଁର ଅଭୟ ବିଶ୍ବାଳ ଓ ମଧୁସୂଦନ ନାୟକଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ମାରପିଟରେ ଗୁରୁତର ହୋଇଥିଲେ ଦୁଇ କର୍ମୀ । ପ୍ରଥମେ ତାଙ୍କୁ ଚାନ୍ଦବାଲି ମେଡିକାଲ ପରେ ଉଭୟ ଅଭୟ ଓ ମଧୁସୂଦନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ତେବେ ସଂଘବଦ୍ଧ ଭାବେ ଅଭୟଙ୍କୁ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଥିବା ବେଳେ ମଧୁସୂଦନଙ୍କ ଘରେ ପଶି ତାଙ୍କୁ ମାରପିଟ କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏହି ଘଟଣା ପୁଲିସ ସଠିକ୍ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ଆନ୍ଦୋଳନ ହେବବୋଲି ପ୍ରିନ୍ସ ନାୟକ ଧମକ ଦେଇଛନ୍ତି । ଏହାର ଜବାବରେ ସେପଟେ ଚନ୍ଦନ ରାଉତ ବୁଲଡୋଜର ଧମକ ଦେଇଛନ୍ତି ।