ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଜାତିଆଣ ବିବାଦରୁ କଙ୍ଗାରୁ କୋର୍ଟ, ଗାଁରୁ ନିଆଁପାଣି ବନ୍ଦ ଚିନ୍ତାରେ ଚାଲିଗଲା ଜୀବନ !

Published By : Harapriya Sethi | June 7, 2025 12:07 PM

ଚାନ୍ଦବାଲି, ୦୭/୦୬: କଙ୍ଗାରୁ କୋର୍ଟ ନେଇ ଗଲା କି ଜୀବନ ? ବ୍ୟକ୍ତିଙ୍କୁ ଗ୍ରାସ କଲା କି ଗ୍ରାମସଭା ଜରିମାନା ? ଫାଇନ୍ ନଭରିଲେ ଗାଁରୁ ବାସନ୍ଦ ହେବା ଭୟରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ପରିବାରରେ ଶୋକାକୁଳ ପରିବେଶ । ଏଭଳି ଖବର ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ଅରଡ଼ି ଫାଣ୍ଡି ଅଧିନସ୍ଥ ନାନ୍ଦପୁର ଗାଁରୁ । ଏହି ଗାଁରେ ଏବେବି କଙ୍ଗାରୁ କୋର୍ଟ ଚାଲୁଛି । ଗାଁରେ ଜାତିଆଣ ବିବାଦ ଯୋଗୁ ବିଶ୍ୱନାଥ ଦାଶଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 

ସୂଚନା ଅନୁଯାୟୀ, ନାନ୍ଦପୁର ଗାଁରେ କିଛି ମାସ ହେଲା ଗୋପାଳସାହି ଓ ଖଣ୍ଡାୟତ ସାହି ମଧ୍ୟରେ ବିବାଦ ଲାଗିରହିଛି । ଗତ ସୋମବାର ବିଶ୍ବନାଥ ଦାଶ ଖଣ୍ଡାୟତ ସାହିର ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟରରେ ବିଲ ହଳ କରିଥିଲେ । ଯାହା ଫଳରେ ଗୋପାଳ ସାହିର କିଛି ନିଦ୍ଧିଷ୍ଟ ବ୍ୟକ୍ତି ତାଙ୍କୁ ଡାକି ଗ୍ରାମସଭାରେ ତାଗିଦ କରିବା ସହିତ ୫ ହଜାର ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି କରିଥିଲେ । ଟଙ୍କା ନଦେଲେ ଗାଁରୁ ବାସନ୍ଦ କରିବାକୁ ଧମକ ମଧ୍ୟ ଦେଇଥିଲେ । ଏହି ଚିନ୍ତାରେ ବିଶ୍ବନାଥ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକ ତାଙ୍କୁ କଟକ ବଡ଼ ମେଡିକାଲକୁ ନେଇଥିଲେ ଏବଂ ସେଠାରେ ବିଶ୍ବନାଥଙ୍କ ମୃତ୍ୟୁ ଘଟିଛି । ଜରିମାନା ଅର୍ଥରାଶି ନଦେଇ ପାରିଲେ ଗାଁରୁ ବାସନ୍ଦ ହେବା ଭୟରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଅଭିଯୋଗ ଆଣିଛନ୍ତି । ଖଣ୍ଡାୟତ ଘର ପିଣ୍ଡାରେ ବସିବା, ତାଙ୍କ ଦୋକାନରୁ ଜିନିଷପତ୍ର କିଣିବା, ହଳରେ ଧାନ ପେଶିବା ଆଦି କଲେ ସାହିରୁ ବାସନ୍ଦ ସହ ନିଆଁପାଣି ବନ୍ଦ କରାଯିବ ବୋଲି କଙ୍ଗାରୁ କୋର୍ଟରେ କୁହାଯାଇଥିଲା ବୋଲି ବିଶ୍ୱନାଥଙ୍କ ଘର ଲୋକ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.