ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଗୋ ଚାଲାଣରୁ ରକ୍ତପାତ ମାମଲା: ଜୀବନ ଯୁଦ୍ଧରେ ହାରିଗଲେ ସନ୍ତୋଷ, କଷଟି ଓ ତୁଳସୀପୁରରେ ପୁଲିସ ଛାଉଣି

Published By : Prameya | June 12, 2025 8:18 AM

ତିହିଡ଼ି,୧୨/୦୬: ଦୀର୍ଘ ୧୧ ଦିନ କାଳ  ଗୁରୁତର ଆହାତ ହୋଇ ବେସରକାରୀ  ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସନ୍ତୋଷ  ପରିଡ଼ା ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ।  ବୁଧବାର ସରକାରୀ ଭାବେ ଡାକ୍ତର  ତାଙ୍କୁ ମୃତ ଘୋଷଣା କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ଗୁରୁବାର ତାଙ୍କର  ପୈତୃକ ଘର ତିହିଡ଼ି ବ୍ଲକର କୁବେରା  ପଞ୍ଚାୟତ ଅନ୍ତର୍ଗତ କଷଟି ଗ୍ରାମକୁ  ଅଣାଯିବ । ଏଥିପାଇଁ ବୁଧବାରଠାରୁ  ଜିଲ୍ଲା ଏପସିଙ୍କ ନିର୍ଦ୍ଦେଶରେ ପୁଲିସ  ଛାଉଣି କରାଯାଇଛି । କଷଟି,  ତୁଳସୀପୁର ଏବଂ ଗୁଜିଦରଡ଼ା ଅଞ୍ଚଳରେ ୪  ପ୍ଲାଟୁନ୍‌ ଫୋର୍ସ ଓ ୧୦ ଜଣ ବଛାବଛା ଅଧିକାରୀ  ନିୟୋଜିତ ହୋଇଛନ୍ତି । ଅଞ୍ଚଳରେ ଉତ୍ତେଜନାକୁ ଆଖିରେ ରଖି ଭଦ୍ରକରେ ୨୪ ଘଣ୍ଟିଆ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଗୁରୁବାର ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ଯାଏ  ଇଣ୍ଟରନେଟ ସେବା ବନ୍ଦ ରହିବ । ଭଦ୍ରକ ପୌରାଞ୍ଚଳ, ଭଦ୍ରକ ବ୍ଲକ, ତିହିଡିରେ ଇଣ୍ଟରନେଟ ସେବା ବନ୍ଦ ରହିବ ।  ନିଜେ ତିହିଡ଼ି ଥାନାଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଏବଂ ଏସ୍‌ଡିପିଓ  ତ୍ରିଲୋଚନ ସେଠୀ ଘଟଣା ଉପରେ ତୀକ୍ଷ୍ମ ନଜର  ରଖିଛନ୍ତି । 




ଗତ ମେ ୩୦ ତାରିଖରେ ଗୋ ଚାଲାଣରୁ ସଂଘର୍ଷ ଓ ରକ୍ତପାତ ହୋଇଥିଲା । ଯେଉଥିପାଇଁ  ଆଜି ଯାଏ କଷଟି ଓ ତୁଳସୀପୁର ଗାଁରେ ତିହିଡ଼ି  ଥାନା ତରଫରୁ ପୁଲିସ ଫୋର୍ସ ମୁତୟନ କରି ରଖାଯାଇଥିବାବେଳେ ଗୁଜିଦରଡ଼ା ଥାନା ଅଞ୍ଚଳରେ  ମଧ୍ୟ ବ୍ୟାପକ ଫୋର୍ସ ମୁତୟନ ହୋଇରହିଥିଲା ।  ମେ ୩୦ ତାରିଖ ଦିନ ଗୋ-ଚାଲାଣକୁ ନେଇ ବଚସା ଓ ଧସ୍ତାଧସ୍ତି ହେବା ପରେ ଯେଉଁ ଉତ୍ତେଜନା  ପ୍ରକାଶ ପାଇଥିଲା ତାହାକୁ ପ୍ରଶମିତ କରିବାକୁ ଓ  ସଂଖ୍ୟାଲଘୁଙ୍କୁ ବୁଝାଇବା ପାଇଁ ମଧ୍ୟସ୍ତି କରିବାକୁ  ଯାଉଥିବା କଷଟି ଗାଁର ସନ୍ତୋଷ ପରିଡ଼ାଙ୍କୁ ୫୦ ରୁ  ଅଧିକ ସଂଖ୍ୟାଲଘୁ ଯୁବକ ମରଣାନ୍ତକ ଆକ୍ରମଣ  କରି ଫେରାର ହୋଇଯାଇଥିଲେ । ରାଜଧାନୀର  ଏକ ଘରୋଇ ଡାକ୍ତରଖାନାରେ ସନ୍ତୋଷ ୧୧ ଦିନକାଳ କୋମାରେ ରହିବା ପରେ ଶେଷରେ  ଜୀବନ ଯୁଦ୍ଧରେ ହାରିଗଲେ । ଏହାକୁ ଲକ୍ଷ୍ୟ କରି  ଏସପି ଘଟଣାସ୍ଥଳ ପରିଦର୍ଶନ କରିବା ସହ  ତିହିଡ଼ି ଥାନାଧିକାରୀ ଓ ଏସ୍‌ଡିପିଓ ବାରମ୍ବାର  କଷଟି ଓ ତୁଳସୀପୁର ଗାଁରେ ପଇଁତରା  ମାରୁଛନ୍ତି ।

ତେବେ ନୂଆ ଏସପି ମନୋଜ ରାଉତ ଯୋଗ ଦେବା ପରେ ନୂଆ ଟିମ୍‌ ଗଠନ  କରିଥିଲେ । ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ  କରି ଫେରାର ହୋଇଥିବା ମୁଖ୍ୟ ଅଭିଯୁକ୍ତଙ୍କୁ  ଗିରଫ କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ  ୧୦ଜଣ ଗିରଫ ହୋଇଥିବାବେଳେ ବୁଧବାର ସକାଳୁ ପୁଣି ୨ ଜଣଙ୍କୁ ଗିରଫ କରାଯାଇଛି । ଏହି  ଘଟଣାରେ ମୋଟ ୧୨ ଜଣ ଗିରଫ ହେଲେଣି । ମୃତ  ସନ୍ତୋଷ ପରିଡ଼ାଙ୍କ ଧର୍ମପତ୍ନୀ ମିନତୀ ବେହେରାଙ୍କ  ଏତଲା ବଳରେ କେସ୍‌ ନଂ ୧୯୭/୨୫, ଦଫା  ୧୨୬(୨), ୧୧୮(୨), ୧୦୯(୧), ୩୫୧(୨),  ୨୯୬, ୩(୫) ଆଦି ଲଗାଯାଇଥିଲା । ସନ୍ତୋଷଙ୍କୁ  ମୃତ ଘୋଷଣା ପରେ ପୁଲିସ ୧୦୯(୧) ଦଫାକୁ  ହଟାଇ ହତ୍ୟାମାମଲା ୧୦୩ ଲଗାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସେକ୍‌ ମୁଜାଫର, ସେକ୍‌  କାଦିର, ସେକ୍‌ ସମ୍‌ସୁଦ୍ଦିନ୍‌, ମଞ୍ଜୁର ଅଲ୍ଲୀ ଖାଁ,  ସେକ୍‌ ପରୱାନ, ସେକ୍‌ କୌଶର । ମୁଖ୍ୟ ଅଭିଯୁକ୍ତ  ଗୁଜିଦରଡ଼ାରୁ ଫେରାର ହୋଇଯାଇ ବାହାର ଜିଲ୍ଲା ଓ  ବାହାର ରାଜ୍ୟରେ ରହିଥିଲେ । 

ଗତ ମଙ୍ଗଳବାର  ରାତିରେ କଟକ ନିଶ୍ଚନ୍ତ କୋଇଲିର ବସ୍ତି ଉପରେ ଚଢ଼ଉ କରି ଧରାଯାଇଛି । ମୁଖ୍ୟଅଭିଯୁକ୍ତଙ୍କ ମଧ୍ୟରୁ  ଭଦ୍ରକ ଗୁଜିଦରଡ଼ାର ସେକ୍‌ଦାମ ହୁସେନ ଓ  କାଶିମୁଦ୍ଦିନ୍‌ ଖାନ୍‌ ବାହାର ରାଜ୍ୟରୁ ଧରାଯାଇଛନ୍ତି । ସେହପରି ଏହି ଅଭିଯୁକ୍ତଙ୍କୁ ଘରେ ରଖି ଖସାଇବାରେ ସହାୟତା କରିଥିବାରୁ ନିଶ୍ଚିନ୍ତ କୋଇଲି  ବସ୍ତିର ସେକ୍‌ ସଇଫୁର ରହମାନ ଏବଂ ସେକ୍‌  ସୁଜିଲଙ୍କୁ ମଧ୍ୟ ଗିରଫ କରାଯାଇଛି । ମୋଟ ଉପରେ  କଷଟି ଓ ତୁଳସୀପୁର ଅଞ୍ଚଳରେ ଚାପା ଉତ୍ତେଜନା  ଥିବାରୁ ପୁଲିସ ପହରା ବ୍ୟବସ୍ଥା ଦୃଢ଼ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.