ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମକୁ ବନ୍ଦ କଲେ ଚାଷୀ, ଛୁଟି ଦିନରେ କାହିଁକି ହେଉଛି ବୋଲି କଲେ ପ୍ରଶ୍ନ

Published By : Harapriya Sethi | June 8, 2025 10:47 AM

ବାସୁଦେବପୁର, ୦୮/୦୬: ଛୁଟି ଦିନରେ କାହିଁକି ହେଉଛି ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ? ପ୍ରଚାର ପ୍ରସାର ନହୋଇ କାହିଁକି ହେଉଛି ବୈଠକ? ଏହିପରି ବିଭିନ୍ନ ପ୍ରଶ୍ନ କରିବା ସହିତ ପାଟିତୁଣ୍ଡ କରିଥିଲେ ଚାଷୀ। ପରେ ଉକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ବାଧ୍ୟ୍ୟ ହୋଇଥିଲେ ବିଭାଗୀୟ ଅଧିକାରୀ । ବାସୁଦେବପୁର ସୁଦର୍ଶନପୁର ପଞ୍ଚାୟତରୁ ଏଭଳି କିଛି ଖବର ଆସିଛି। 

ସୁଦର୍ଶନପୁର ପଞ୍ଚାୟତର ମାଛ ହାଟ ଛକ ନିକଟରେ କୃଷି ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ବିକଶିତ କୃଷି ସଂକଳ୍ପ  ଅଭିଯାନ। କୃଷି ଅଧିକାରିଣୀ ନିହାରିକା ଦଳେଇଙ୍କ ସଭାପତିତ୍ୱରେ ଅତିଥି ଭାବେ ମତ୍ସ୍ୟ ବିଭାଗର ବୈଜ୍ଞାନିକଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ହେଲେ ସ୍ଥାନୀୟ ଅଞ୍ଚଳରେ କେତେକ ଚାଷୀ ପହଞ୍ଚି ବିଭିନ୍ନ ଅଭିଯୋଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାତ୍ର ୨୦ରୁ ୩୦ ଜଣ ଚାଷୀ ଉପସ୍ଥିତ ଥିଲେ । ହେଲେ ଉକ୍ତ ପଞ୍ଚାୟତରେ ହଜାର ହଜାର ଚାଷୀ ଥିବାବେଳେ ସେମାନଙ୍କୁ ବିଭାଗ ପକ୍ଷରୁ ହେଉ ଅବା ସ୍ଥାନୀୟ ସରପଞ୍ଚଙ୍କ ମାଧ୍ୟ୍ୟମରେ କୌଣସି ସୂଚନା ଦିଆଯାଇନାହିଁ । ତେଣୁ ଚାଷୀ ଉପସ୍ଥିତ ହୋଇନାହାନ୍ତି ବୋଲି ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ। ପରିସ୍ଥିତି ଏପରି ହେଲା ଶେଷରେ ଉକ୍ତ କାର୍ଯ୍ୟକ୍ରମ ବନ୍ଦ କରି ଦିଆଗଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.