ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଗ୍ୟାସ ଲିକ୍ ହୋଇ ଜଳିଗଲା ଚାଟ୍ ଦୋକାନ; ଅଳ୍ପକେ ଟଳିଲା ବିପଦ

Published By : Bijay Swain | June 9, 2025 9:40 PM

ଚାନ୍ଦବାଲି, ୯/୬: ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଗଲେ। ଚାନ୍ଦବାଲି କାଳୀମନ୍ଦିର ସମ୍ମୁଖରେ ଥିବା ମୀନବଜାରର ଶହ ଶହ ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଅଳ୍ପକେ ବର୍ତ୍ତି ଯାଇଛି। ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲି ଭଦ୍ରକ ରାସ୍ତା କାଳୀ ମନ୍ଦିର ପଡିଆ ନିକଟରେ ଥିବା ଚାଟ୍ ଦୋକାନି ନିଜ ଚାଟ୍ ଦୋକାନରେ ଗ୍ୟାସ ଚୁଲାରେ ଚାଟ୍ ତିଆରି କରୁଥିବା ବେଳେ ଜଳନ୍ତା ଚୁଲା ଛାଡି କେଉଁ ଆଡେ ପଳାଇଥିଲେ। ଚାଟ୍ ଦୋକାନୀର ଅସାବଧାନତା ପାଇଁ ଗ୍ୟାସ ପାଇପ ଲିକ ହୋଇଯାଇଥିଲା।   ଫଳରେ ଗ୍ୟାସ ଲିକ୍ ହୋଇ ଭାୟାବହ ଅଗ୍ନିକାଣ୍ଡ ବିପଦ ସୃଷ୍ଟି କରିଥିଲା l ନିଆଁ ଲିଭାଇବାକୁ କିମ୍ବା ଗ୍ୟାସ ବନ୍ଦ କରିବାକୁ କେହି ସାହସ ଜୁଟାଇ ପାରି ନଥିଲେ। ଚାଟ୍ ଦୋକାନ ପାଖକୁ ଲାଗିରହିଥିବା ମୀନବଜାର ଦୋକାନୀ ଗୁଡିକ ନିଜ ସାମଗ୍ରୀ କେମିତି ବଞ୍ଚାଇବେ ଚିନ୍ତାରେ ପଡିଯାଇଥିଲେ। ହଠାତ ନିକଟରେ ଜଣେ ଚାଟ ଦୋକାନୀ ଗ୍ୟାସ ଟାଙ୍କିରୁ ରେଗୁଲେଟର ବନ୍ଦ କରିଦେବାରୁ ବିପଦ ଟଳିଥିଲା l ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.