ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଏନ୍‌କାଉଣ୍ଟରରେ ଟଳିଲା ଟପ୍ ମାଓ ଲିଡର୍ ଭାସ୍କର, ମୁଣ୍ଡରେ ଥିଲା ୪୫ ଲକ୍ଷ ଟଙ୍କାର ପୁରସ୍କାର

Published By : Prameya | June 7, 2025 8:51 AM

ରାୟପୁର/ମାଲକାନଗିରି, ୦୭/୦୬:  ଛତିଶଗଡ଼ର ବିଜାପୁର ଜିଲ୍ଲା ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଏନ୍‌କାଉଣ୍ଟରରେ ନକ୍ସଲ ନେତା ଭାସ୍କର (୪୫) ଙ୍କର ମୃତ୍ୟୁ ଘଟିଛି । ଭାସ୍କର ଆନ୍ଧ୍ରପ୍ରଦେଶର ଆଦିଲାବାଦ ଜିଲ୍ଲାର ବାସିନ୍ଦା । ସେ ମଞ୍ଚେରିୟଲ କୋମାରାମ ଭୀମ (ଏମ୍‌କେବି) ସଙ୍ଗଠନର  ଡିଭିସି ସଦସ୍ୟ ଥିଲେ । ତାଙ୍କ ମୁଣ୍ଡ ଉପରେ ୪୫ ଲକ୍ଷ  ଟଙ୍କାର ପୁରସ୍କାର ରାଶି ରହିଥିଲା । ଏନ୍‌କାଉଣ୍ଟର ସ୍ଥଳରୁ ସୁରକ୍ଷା ବାହିନୀର ଯବାନମାନେ ଭାସ୍କରଙ୍କ ମୃତଦେହ  ଏବଂ ଏକ ସ୍ୱୟଂଚାଳିତ ବନ୍ଧୁକ ଜବତ କରିଛନ୍ତି ।  

ଗୁରୁବାର ସୁରକ୍ଷା ବାହିନୀ ସହ ସଂଘର୍ଷରେ ନକ୍ସଲ ନେତା ସୁଧାକରଙ୍କର ମୃତ୍ୟୁ ହୋଇଥିଲା । ସେ ତେଲଙ୍ଗାନା,  ମହାରାଷ୍ଟ୍ର ଓ ଛତିଶଗଡ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲେ ।  ତାଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି  ଥିଲା । ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅନ୍ତର୍ଗତ ଜଙ୍ଗଲରେ  ବହୁ ମାଓନେତା ଏକାଠି ହୋଇଥିବା ଗୁଇନ୍ଦା ସୂଚନା ମିଳିବା  ପରେ ଛତିଶଗଡ ପୁଲିସର ଏସ୍‌ଟିଏଫ୍‌, ଡିଆରଜି  ଏବଂ ସିଆରପିଏଫର କୋବ୍ରା ବାଟାଲିୟନର ଯବାନମାନେ  ମିଳିତ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି  ସମୟରେ ଘାତ ଲଗାଇ ବସିଥିବା ନକ୍ସଲଙ୍କ ସହ ଯବାନଙ୍କର  ଗୁଳି ବିନିମୟ ହୋଇଥିଲା । ଗୁରୁବାର ସୁଧାକରଙ୍କ  ମୃତଦେହ ମିଳିଥିଲା ବେଳେ ଶୁକ୍ରବାର ସେଠାରେ ତଲାସୀ  ବେଳେ ଯବାନମାନେ ଭାସ୍କରଙ୍କ ମୃତଦେହ ପାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.