ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

Published By : Prameya | June 8, 2025 11:46 AM

ଭୁବନେଶ୍ୱର ୦୮/୦୬: ରାଜଧାନୀ‌ରେ ଚାଞ୍ଚଲ୍ୟ । କପିଳେଶ୍ଵର ମନ୍ଦିର ବେଢ଼ାରେ ଘଟିଛି ସାଂଘାତିକ ଘଟଣା। ପୂଜା କରିବାକୁ ଯାଇଥିବା ଜଣେ ନାବାଳିକାକୁ ଜଣେ ସେବାୟତ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏନେଇ ନାବାଳିକାର ପରିବାର ଲୋକ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲା। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସେବାୟତ ପ୍ରଦ୍ୟୁମ୍ନ ମଲିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ଗତ ୩ ତାରିଖ ସନ୍ଧ୍ୟାରେ ମନ୍ଦିରକୁ ଯାଇଥିଲେ ସ୍ଥାନୀୟ ଅଞ୍ଚଳର ନାବାଳିକା। ଠାକୁରଙ୍କ ଆଳତୀ ସରିବା ପରେ ପ୍ରଦ୍ୟୁମ୍ନ ତାଙ୍କୁ ଶନି ମନ୍ଦିର ଦର୍ଶନ କରାଇ ଦେବାକୁ କହିଥିଲେ। ନାବାଳିକା ଜଣଙ୍କ ତାଙ୍କ ସହ ଯାଇଥିଲେ। ସେଠାରେ ଅନ୍ଧାରରେ ସୁଯୋଗ ନେଇ ପ୍ରଦ୍ୟୁମ୍ନ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ନାବାଳିକା ଚିତ୍କାର କରିବାକୁ ସେ ତାଙ୍କୁ ଛାଡ଼ି ଦେଇଥିଲେ। ଏନେଇ ନାବାଳିକା ତାଙ୍କ ଘର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କଠୁ ଏତଲା ପାଇ ପୁଲିସ କପିଳେଶ୍ଵର ଗ୍ରାମରେ ଚଢ଼ଉ କରି ପ୍ରଦ୍ୟୁମ୍ନଙ୍କୁ ଉଠାଇ ଆଣିଥିଲା। ପୁଲିସ୍ ନାବାଳିକାର ବୟାନ ରେକର୍ଡ କରିଛି। ଅଭିଯୁକ୍ତ ସେବାୟତ ପ୍ରଦ୍ୟୁମ୍ନ ମଲିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.