ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଲୋକସେବା ଭବନରୁ ଏସି ୟୁନିଟ୍‌ ଚୋରି ଅଭିଯୋଗ, ୪ ଶ୍ରମିକ ଗିରଫ

Published By : Prameya | June 10, 2025 8:13 AM

ଭୁବନେଶ୍ୱର,୧୦/୦୬:  ଲୋକସେବା ଭବନରୁ ଚୋରି  କରିବା ଅଭିଯୋଗରେ କ୍ୟାପିଟାଲ  ଥାନା ପୁଲିସ ୪ଜଣ ଶ୍ରମିକଙ୍କୁ  ଗିରଫ କରିଛି। ସେମାନେ ହେଲେ,  ପ୍ରଫୁଲ କୁମାର ଜେନା, ଉର୍ମିଳା  ପ୍ରଧାନ, କ୍ରିଷ୍ଣା ବିଶୋୟୀ ଓ କୁମାରୀ  ପ୍ରଧାନ । ପୁଲିସ ସେମାନଙ୍କ ଠାରୁ ୨ଟି ଏସି ୟୁନିଟ୍‌ ଜବତ କରିଛି ।  

ପୁଲିସ ସୂଚନା ମୁତାବକ, ଗତ କିଛି  ଦିନ ଧରି ଲୋକସେବା ଭବନରୁ ଅନେକ ଏସି ଆଉଟ୍‌ଡୋର ୟୁନିଟ୍‌ ଚୋରି ହେଉଥିଲା । ସିସିଟିଭି ଯାଞ୍ଚରୁ  ଜଣାପଡ଼ିଥିଲା ଯେ ରବିବାର ଦିନ  ୧୨ଟା ୩୦ ମିନିଟ୍‌ରେ ତିନି ଜଣ ମହିଳାଙ୍କ ଓ ଜଣେ ପୁରୁଷ ଶ୍ରମିକ ଆରଡି ସମ୍ମିଳନୀ ହଲ ଛାତରୁ ଏକ ଏସି ୟୁନିଟ୍‌ ଭାଙ୍ଗି ତମ୍ବା ତାର ଚୋରି କରୁଛନ୍ତି । ଏହାପରେ ଦୀପକ କୁମାର ସାହୁଙ୍କ ଲିଖିତ ରିପୋର୍ଟ ଆଧାରରେ ପୁଲିସ ଚାରି ଅଭିଯୁକ୍ତଙ୍କୁ କ୍ୟାପିଟାଲ ଥାନା ଅଞ୍ଚଳ ୟୁନିଟ୍‌-୫, କେଶରୀ  ନଗର ବସ୍ତିରୁ ଗିରଫ କରି କୋର୍ଟ ଚାଲାଣ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.