ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସାଦା ପୋଷାକରେ ପୁଲିସର ଚଢାଉ; ସେକ୍ସ ର‌୍ୟାକେଟ୍‌ ଠାବ, ଯୁବକ ଅଟକ

Published By : Prameya | June 8, 2025 10:06 AM

ନିମାପଡ଼ା,୦୮/୦୭: ନିମାପଡ଼ା ଥାନା ଅଧୀନ କୁଶଭଦ୍ରା ନଦୀବନ୍ଧ ତ୍ରିନାଥ ମାର୍ଗ ନିକଟରେ ସେକ୍ସ ର‌୍ୟାକେଟ୍‌ ଠାବ । ପୁଲିସ ସାଦା ପୋଷାକରେ ଚଢ଼ାଉ କରି ଦକ୍ଷିଣ ମୁଖା ନଦୀବନ୍ଧର କିଛି ଦୂରରେ ଥିବା ଏକ ଘରୁ ସେକ୍ସ ର‌୍ୟାକେଟ୍‌ ଧରିଛି । ଏହି ଘଟଣାରେ ଜଣେ ଯୁବକଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି । ତାଙ୍କଠାରୁ ପୁଲିସକୁ ଅନେକ ତଥ୍ୟ ମିଳିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ତଦନ୍ତ ଜାରି ରହିଥିବାରୁ ପୁଲିସ୍‌ ସମ୍ପୂର୍ଣ୍ଣ ତଥ୍ୟ ଦେଇନି । 

ସୂଚନା  ଅନୁଯାୟୀ, ଉକ୍ତ ଘରେ ଦୀର୍ଘ ଦିନ ହେଲା ସେକ୍ସ ର‌୍ୟାକେଟ୍‌ ଚାଲୁଥିଲା ।  ବାଂଲାଦେଶୀ ଯୁବତୀଙ୍କୁ ଏଠାରେ ଦେଖିବାକୁ ମିଳୁଥିଲା । ପ୍ରତ୍ୟେକ ଦିନ ଦାମୀ କାର୍‌ ଲାଗୁଥିଲା । ଏନେଇ ଅନେକ ଥର ଅଭିଯୋଗ ପରେ ମଧ୍ୟ ସ୍ଥାନୀୟ  ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଉ ନଥିଲା । ଉତ୍କର୍ଷ ନିମାପଡ଼ା କାର୍ଯ୍ୟକ୍ରମ ବେଳେ ଜଣେ ମହିଳା ଏ ବାବଦରେ ଏସ୍‌ପି ଜଣାଇ ଥିଲେ । ଏହାପରେ ଶୁକ୍ରବାର ବିଳମ୍ବିତ ରାତିରେ ପୁଲିସ୍‌ ଚଢ଼ଉ  କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.