ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର

Published By : Prameya | October 4, 2024 8:17 AM

ଦୁବାଇ, ୦୪/୧୦: ମହିଳା ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଶୁକ୍ରବାର ଦକ୍ଷିଣ  ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ସାମ୍ନାସାମ୍ନି ହେବେ । ଉଭୟ ଦଳ  ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । 

ଶୁକ୍ରବାର ଦକ୍ଷିଣ ଆଫ୍ରିକା ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବାକୁ ଯାଉଛି। ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ଼ (ସିଏସ୍‌ଏ)  ବିଶ୍ୱକପ୍‌ ପାଇଁ ସ୍ୱତନ୍ତ୍ର ଜର୍ସି ପ୍ରସ୍ତୁତ କରିଛି । ଏହି ଜର୍ସିରେ  ଖେଳାଳିମାନଙ୍କର ପରିବାର ସଦସ୍ୟ, ଘନିଷ୍ଠ ବନ୍ଧୁ ଏବଂ  ପ୍ରିୟ କୋଚ୍‌ଙ୍କ ନାମ ଉଲ୍ଲେଖ ରହିଛି । ଜର୍ସିର କଲରରେ  ପ୍ରତି ଖେଳାଳିଙ୍କ ପ୍ରିୟ ବ୍ୟକ୍ତିଙ୍କ ନାମ ରହିଛି । ବୋର୍ଡ଼  ପକ୍ଷରୁ କୁହାଯାଇଛି ଯେ, ପ୍ରତିଦ୍ୱନ୍ଦ୍ୱିତା ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ  ସମୟରେ ଏହି ଜର୍ସି ଖେଳାଳିମାନଙ୍କୁ ନିଜ ପରିବାର,  ବନ୍ଧୁ ଏବଂ ଦେଶବାସୀଙ୍କର ଅତୁଟ ସମର୍ଥନକୁ ମନେ  ପକାଇବ । ଆମର ଏହି ନିଆରା ପ୍ରୟାସ ଖେଳାଳିଙ୍କ  ମଧ୍ୟରେ ଉତ୍ସାହ ବଢ଼ାଇବାରେ ସହାୟକ ହେବ ।’ 

 ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ଗତ ସଂସ୍କରଣରେ  ଅଳ୍ପକେ ଟାଇଟଲ୍‌ରୁ ବଞ୍ଚିତ ହୋଇଥିଲା । ଫାଇନାଲ୍‌ରେ  ଦଳ ଅଷ୍ଟ୍ରେଲିଆ ନିକଟରୁ ୧୯ରନ୍‌ରେ ହାରି ରନର୍ସ  ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.