ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଜାନୁଆରୀରେ ଭାରତ ଆସିବ ନ୍ୟୁଜିଲାଣ୍ଡ ଟିମ୍; ଖେଳିବ ୫ଟି-ଟ୍ୱେଣ୍ଟି, ୩ ଦିନିକିଆ

Published By : Prameya | June 13, 2025 2:05 PM

ନୂଆଦିଲ୍ଲୀ,୧୩/୦୬: ଭାରତୀୟ ଦଳ  ଇଂଲଣ୍ଡ ଗସ୍ତରୁ ଫେରିବା ପରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ସିରିଜ୍‌ ଖେଳିବ। ୱେଷ୍ଟଇଣ୍ଡିଜ ଅକ୍ଟୋବର ମାସରେ ଆସି ୨ଟି ଟେଷ୍ଟ ଖେଳିବ । ପ୍ରଥମ ଟେଷ୍ଟ ଅକ୍ଟୋବର ୨ରୁ  ଏବଂ ଦ୍ୱିତୀୟ ଟେଷ୍ଟ୍‌ ୧୦ ତାରିଖରୁ ଆରମ୍ଭ ହେବ । 

ୱେଷ୍ଟଇଣ୍ଡିଜ ଫେରିଯିବା ପରେ ଦକ୍ଷିଣ ଆଫ୍ରିକା ଆସିବ । ଦଳ ଏହି ଗସ୍ତରେ ୨ଟି ଟେଷ୍ଟ, ୫ଟି ଟି-ଟ୍ୱେଣ୍ଟି ଏବଂ ୩ଟି ଦିନିକିଆ ଖେଳିବ । ନଭେମ୍ବର ୧୪ରୁ ପ୍ରଥମ ଟେଷ୍ଟ ଏବଂ ୨୨ରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଦିନିକିଆ ନଭେମ୍ବର ୩୦ରୁ  ଆରମ୍ଭ ହୋଇ ଡିସେମ୍ବର ୬ରେ ଶେଷ ହେବାର ସୂଚୀ ରହିଛି । ସେମିତି ଡିସେମ୍ବର ୯ରୁ ଟି-ଟ୍ୱେଣ୍ଟି  ଆରମ୍ଭ ହୋଇ ୧୯ ତାରିଖରେ ଶେଷ ହେବ । 

ନୂଆ ବର୍ଷରେ ଅର୍ଥାତ୍ ୨୦୨୬ ଜାନୁଆରୀ ମାସରେ ନ୍ୟୁଜିଲାଣ୍ଡ ଆସିବାର କାର୍ଯ୍ୟକ୍ରମ ରହିଛି ।  ଦଳ ଏହି ଗସ୍ତରେ ୫ଟି ଟି-ଟ୍ୱେଣ୍ଟି ଓ ୩ଟି ଦିନିକିଆ ଖେଳିବ । ଜାନୁଆରୀ ୧୧ରୁ ସିରିଜ ଆରମ୍ଭ ହୋଇ ୩୦ରେ ଶେଷ ହେବ । ମାତ୍ର ଏ ବିଷୟରେ ବିସିସିଆଇ ପକ୍ଷରୁ ଅଫିସିଆଲ ଘୋଷଣା କରାଯାଇ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.