ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ନଭେମ୍ବର ୨୯ରୁ ଅଲଟିମେଟ୍‌ ଖୋ ଖୋ ସିଜନ-୩, ପ୍ରଥମ ଥର ବିଦେଶୀ ଖେଳାଳି ହେବେ ସାମିଲ

Published By : Prameya | June 14, 2025 3:08 PM

ନୂଆଦିଲ୍ଲୀ,୧୪/୦୬:  ଦୁଇଟି ସଂସ୍କରଣ ସଫଳତାର ସହ  ଆୟୋଜିତ ହେବା ପରେ ଆସନ୍ତା  ନଭେମ୍ବର ୨୯ ତାରିଖରୁ ଅଲଟିମେଟ୍‌  ଖୋ ଖୋର ତୃତୀୟ ସଂସ୍କରଣ  ଆରମ୍ଭ ହେବ । ଏ ବିଷୟରେ ଭାରତୀୟ ଖୋ ଖୋ ସଂଘର ସଭାପତି  ସୁଧାଂଶୁ ମିତ୍ତଲ ଘୋଷଣା କରିଛନ୍ତି । ସିଜନ-୩ ବିଶେଷତ୍ବ ହେଉଛି, ପ୍ରଥମ ଥର ବିଦେଶୀ ଖେଳାଳିଙ୍କୁ ସାମିଲ କରାଯିବ । ଯାହା  ପ୍ରଥମ ସଂସ୍କରଣରୁ ଦାବି ହୋଇ ଆସୁଥିଲା । 

ଶ୍ରୀ ମିତ୍ତଲଙ୍କ ସୂଚନା  ଅନୁସାରେ, ଅଲଟିମେଟ୍‌ ଖୋ ଖୋକୁ  ଅଧିକ ପରିବ୍ୟାପ୍ତ କରାଯିବା ନେଇ ଯୋଜନା ହୋଇଛି । ତେଣୁ ବିଦେଶୀ ଖେଳାଳିଙ୍କୁ ସାମିଲ କରାଯିବା ନେଇ  ନିଷ୍ପତ୍ତି ହୋଇଛି । ଆଗାମୀ ଦିନରେ ଖେଳାଳି ନିଲାମୀ ଏବଂ ଅନ୍ୟାନ୍ୟ  ବିଷୟରେ ବିସ୍ତୃତ ସୂଚନା ଦିଆଯିବ । ଅଲଟିମେଟ୍‌ ଖୋ ଖୋ ପ୍ରଥମ ସଂସ୍କରଣରେ ଓଡ଼ିଶା ଜଗରନଟ୍ସ  ଚାମ୍ପିଅନ ହୋଇଥିଲା । ୨୦୨୩-୨୪  ସଂସ୍କରଣ କଟକରେ ଆୟୋଜିତ ହେବା ସହ ଗୁଜରାଟ ଜାଏଣ୍ଟସ  ଟାଇଟଲ ହାସଲ କରିଥିଲା । ଓଡ଼ିଶା ଜଗରନଟ୍ସକୁ ଓଡ଼ିଶା  ସରକାର ପ୍ରୋତ୍ସାହିତ କରୁଥିଲେ । ଆଗାମୀ ସଂସ୍କରଣରେ ଦଳ ଖେଳିବ କି ନାହିଁ ନୂଆ ସରକାର ନିଷ୍ପତ୍ତି ନେବେ । ଆଶା କରାଯାଉଛି ପାରମ୍ପରିକ  କ୍ରୀଡ଼ା ଖୋ ଖୋର ପ୍ରଚାର ପ୍ରସାର ଦିଗରେ ରାଜ୍ୟ ସରକାର ଆଦୌ  କୁଣ୍ଠା ପ୍ରକାଶ କରିବେ ନାହିଁ । ତେଣୁ  ଜଗରନଟ୍ସ ଆଗାମୀ ସଂସ୍କରଣରେ  ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.