ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

୩୦୦ ଟେଷ୍ଟ ୱିକେଟ୍‌ କ୍ଲବ୍‌ରେ କମିନ୍ସ, ଅଷ୍ଟମ ଅଷ୍ଟ୍ରେଲୀୟ ଭାବେ ହାତେଇଲେ ସଫଳତା

Published By : Prameya | June 13, 2025 11:53 AM

ଲଣ୍ଡନ,୧୩/୦୬: ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଅଧିନାୟକ ପ୍ୟାଟ୍‌ କମିନ୍ସ ୩୦୦ ଟେଷ୍ଟ  ୱିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି । ସେ ବିଶ୍ୱର ୪୦ତମ ତଥା ଅଷ୍ଟ୍ରେଲିଆର ଅଷ୍ଟମ ବୋଲର  ଭାବେ ଏହି ସଫଳତା ଅର୍ଜନ କରିଛନ୍ତି । ଦକ୍ଷିଣ  ଆଫ୍ରିକା ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌  ମୁକାବିଲାରେ କମିନ୍ସ ପ୍ରଥମ ଇନିଂସରେ ଘାତକ  ବୋଲିଂ କରି ଏହି ତାଲିକାରେ ସାମିଲ ହୋଇଥିଲେ ।  ସେ ୧୮.୧ ଓଭର ବୋଲିଂ କରି ୨୮ ରନ୍‌ରେ ୬ଟି  ୱିକେଟ୍‌ ନେଇଥିଲେ । ଏହା ତାଙ୍କ ଟେଷ୍ଟ କ୍ୟାରିୟର୍‌ର  ୧୪ତମ ୫ ୱିକେଟ୍‌ ସଫଳତା ରହିଥିଲା । 

ବିଶ୍ୱ କ୍ରିକେଟ୍‌ରେ ୩୦ତମ ଓ ଅଷ୍ଟ୍ରେଲିଆର ଷଷ୍ଠ  ପେସ୍‌ ବୋଲର ଭାବେ କମିନ୍ସ ଟେଷ୍ଟ କ୍ରିକେଟ୍‌ରେ  ୩୦୦ ୱିକେଟ୍‌ ପୂରଣ କରିଛନ୍ତି । ୩୦୦ ଟେଷ୍ଟ ୱିକେଟ୍‌  ଅକ୍ତିଆର କରିବାରେ ସେ ପଞ୍ଚମ ଦ୍ରୁତତମ ସାବ୍ୟସ୍ତ  ହୋଇଛନ୍ତି । ମୋଟ୍‌ ୧୩,୭୨୫ଟି ବଲ୍‌ ପକାଇ ସେ  ୩୦୦ ୱିକେଟ୍‌ ପୂରଣ କରିଛନ୍ତି । ଦ୍ରୁତତମ ଭାବେ  ୩୦୦ ୱିକେଟ୍‌ ନେବାରେ ରେକର୍ଡ କରିଛନ୍ତି କାଗିସୋ  ରାବାଡା । ସେ ୧୧୮୧୭ଟି ବଲ୍‌ ପକାଇ  ୩୦୦ ୱିକେଟ୍‌ ପୂରଣ  କରିଥିଲେ । 

ସେହିପରି  ୧୨୬୦୨ଟି ବଲ୍‌ ପକାଇ  ପାକିସ୍ତାନର ୱାକର ୟୁନିସ୍‌, ୧୨୬୦୫ଟି  ବଲ୍‌ ପକାଇ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ ଓ ୧୩୬୭୨ଟି ବଲ୍‌ ପକାଇ ଆଲାନ ଡୋନାଲ୍ଡ ୩୦୦  ୱିକେଟ୍‌ ପୂରଣ କରିଥିଲେ । ମ୍ୟାଚ୍‌ ଅନୁଯାୟୀ କମିନ୍ସ  ଦଶମ ଦ୍ରୁତତମ ଭାବେ ୩୦୦ ୱିକେଟ୍‌ ନେଇଛନ୍ତି ।  ସେ ୬୮ଟି ଟେଷ୍ଟ ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ  କରିଥିଲେ । ପୂର୍ବତନ ଅଷ୍ଟ୍ରେଲିଆ ପେସ୍‌ ବୋଲର ଡେନିସ୍‌ ଲିଲି ୩୦୦ ୱିକେଟ୍‌ ନେବାରେ ଦ୍ରୁତତମ ।  ସେ ୫୬ଟି ଟେଷ୍ଟ ଖେଳି ଏହି ସଫଳତା ଅର୍ଜନ  କରିଥିଲେ । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ରେ କମିନ୍ସ  ଇତି ମଧ୍ୟରେ ୨୦୬ଟି ୱିକେଟ୍‌ ନେଇ ସାରିଛନ୍ତି ।  ନାଥାନ ଲାୟନ୍ସ ୨୧୦ ୱକେଟ୍‌ ସହ ଏକମାତ୍ର ବୋଲର ଭାବେ କମିନ୍ସଙ୍କଠୁ ଆଗରେ ରହିଛନ୍ତି । ଅନ୍ୟ  କୌଣସି ବୋଲର ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ  ଏପର୍ଯ୍ୟନ୍ତ ୨୦୦ ୱିକେଟ୍‌ ପୂରଣ କରିନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.