ସମ୍ବଲପୁର, ୧୪।୬ (ବ୍ୟୁରେ): ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ସମ୍ବଲପୁର ଧନୁପାଲି ଥାନାଞ୍ଚଳ କୁମ୍ଭାରପଡ଼ା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣକ ହେଲେ କୁମ୍ଭାରପଡ଼ାର କଲିମ ବେଗ୍(୩୦)।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣାରେ ପୁଲିସ ଆକ୍ରମଣକାରୀକୁ ଅଟକ ରଖିଥିବା ଜଣାପଡିଛି।
ମିଳିଥିବା ସୂଚନାନୁଯାୟୀ ଯୁବକ ଜଣଙ୍କ ଏକ ମାମଲାରେ କିଛି ଦିନ ତଳେ ଜେଲରୁ ଫେରିଥିଲେ। ଶନିବାର ସନ୍ଧ୍ୟା ସମୟରେ ସେ ପଡ଼ାରେ ସାଙ୍ଗମାନଙ୍କ ସହ ବସିଥିବା ସମୟରେ ଛୁରୀରେ ତାଙ୍କୁ ଅତର୍କିତ ଆକ୍ରମଣ କରାଯାଇଥିଲା। ସାଙ୍ଗମାନେ ସଙ୍ଗେସଙ୍ଗେ କଲିମଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଯୁବକଙ୍କୁ କ'ଣ ପାଇଁ ହତ୍ୟା କରାଯାଇଛି ତାହାର କାରଣ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତାରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ଛାନଭିନ୍ ସହ ତଦନ୍ତ ଆରମ୍ଭ କରିଛି। ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲସ ପକ୍ଷରୁ କୁହାଯାଇଛି।