ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

୪୦ ହଜାର ଟଙ୍କା ଲାଞ୍ଚ ନେଇ ଆରଆଇ ଗିରଫ

Published By : Suraj Kumar | June 12, 2025 7:57 PM

ସମ୍ବଲପୁର/ଗୌଡ଼ପାଲି, ୧୨।୬: ପୁଣି ଭିଜିଲାନ୍ସ ହାବୁଡ଼ରେ ରାଜସ୍ବ ବିଭାଗର ଆଉ ଜଣେ କର୍ମଚାରୀ। ସମ୍ବଲପୁର ଜିଲ୍ଲା ଜମନକିରା ତହସିଲ ଗୌଡ଼ପାଲି ରାଜସ୍ବ ନୀରିକ୍ଷକ(ଆରଆଇ) ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଆରଆଇ ଜଣକ ହେଲେ  ଭୀଷ୍ମ ପ୍ରଧାନ । ଭୂମିହୀନଙ୍କୁ ଜମି ପଟ୍ଟା ଦେବାକୁ ନେଇ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା।

 ଗୌଡପାଲି ଆରଆଇ ଭୀଷ୍ମ ପ୍ରଧାନ ଜଣେ ଭୂମିହୀନ ବ୍ୟକ୍ତିଙ୍କୁ ଜମି ପଟ୍ଟା ଦେବା ପାଇଁ ୪୦ ହଜାର ଲାଞ୍ଚ ମାଗିଥିଲେ। ୨୦୨୪ ନଭେମ୍ବର ମାସରୁ ଜମି ପଟ୍ଟା କରିଦେବାକୁ ଆରଆଇଙ୍କୁ ନିବେଦନ କରିଥିଲେ। ହେଲେ ଟଙ୍କା ନଦେଲେ କାମ ହେବନି କହି ସମୟ ଗଡ଼ାଇ ଚାଲିଥିଲେ ଗୌଡପାଲି ଆରଆଇ। ଫଳରେ ଭିଜିଲାନ୍ସର ଆଶ୍ରୟ ନେଇଥିଲେ ସମ୍ପୃକ୍ତ ବ୍ୟକ୍ତି। ପୂର୍ବ ସୂଚନା ଅନୁସାରେ ଭିଜିଲାନ୍ସ ଟିମ୍ ଦ୍ଵାରା ୪୦ ହଜାର ଟଙ୍କା ଦିଆଯାଇଥିଲା। ସେହି ଟଙ୍କା ଗୌଡପାଲି ଆରଆଇକୁ ଦେବା ପରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ୍। ଗୌଡପାଲି ଆରଆଇଙ୍କ ଠାରୁ ସମସ୍ତ ରସାୟନ ଯୁକ୍ତ ୪୦ ହଜାର ଟଙ୍କା ଜବତ ହୋଇଛି। ଏହାସହ ଏକକାଳୀନ ଆରଆଇଙ୍କ ଲିଙ୍କରେ ଥିବା ୨ଟି ସ୍ଥାନରେ ଚଢାଉ ହେଉଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲରେ ଏହି ଚଢାଉ ଚାଲିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.