ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଭିମସାରରେ ଅଘଟଣ; ପାଇଖାନା ସିଟରେ ଫସିଲା ନାବାଳିକା

Published By : Bijay Swain | June 4, 2025 4:55 PM

ବୁର୍ଲା, ୪/୬(ଆପ୍ର): ବୁର୍ଲା ଭିମସାରରେ ଅଘଟଣ । ଶୌଚପାଇଁ ଯାଇଥିବା ଶିଶୁକନ୍ୟାର ଗୋଡ ପାଇଖାନା ସିଟରେ ଫସିଗଲା । ଶିଶୁକନ୍ୟା କୁ ଉଦ୍ଧାର ପାଇଁ ପରିବାର ଲୋକେ ଦୀର୍ଘ ସମୟଧରି ଉଦ୍ୟମ ପରେ ଫେଲ ମାରିଥିଲେ । ଶେଷରେ ଭିମସାର ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । 

ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ଦୁଇଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଶିଶୁକନ୍ୟାକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତାକୁ ଚିକିତ୍ସା ପାଇଁ ବର୍ତ୍ତମାନ ଭିମସାରରେ ଭର୍ତ୍ତି କରାଯାଇଛି । ଶିଶୁକନ୍ୟାର ବୟସ ୪ବର୍ଷ ହେବ ବୋଲି ଜଣାପଡିଛି । 

ମିଳିଥିବା ସୂଚନା ମତେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ସିନାପାଲି ଗ୍ରାମର ମନୋଜ ଖଡ଼ିଆ ଆଜି ତାଙ୍କ ୪ ବର୍ଷର ଅସୁସ୍ଥ ଝିଅକୁ ଚିକିତ୍ସା ପାଇଁ ଭିମସାର ଆସିଥିଲେ । ଭିମସାରରେ ପହଞ୍ଚିବା ପରେ ଝିଅ ପରିସ୍ରା ଯିବାପାଇଁ କହିଥିଲା । ଏହାପରେ ଭିମସାର ଏନଆରସି ବିଲ୍ଡିଂ ରେ ଥିବା ଶୌଚଳୟକୁ ଶୌଚ ପାଇଁ ଯାଇଥିଲେ । ତେବେ ସେଠାରେ ପାଇଖାନା ସିଟରେ ଉକ୍ତ ଶିଶୁକନ୍ୟାର ଗୋଡ ପଶିଯାଇଥିଲା । ଗୋଡ ଆଉ ପାଇଖାନା ସିଟରୁ ବାହାରକୁ ବହାରିନଥିଲା।  ଏହାପରେ ଶିଶୁକନ୍ୟା ଚିତ୍କାର କରିବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.