ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଜମିଜମା ବିବାଦ : ପୁତୁରାକୁ ପେଟ୍ରୋଲ ପକାଇ ଜାଳି ଦେବା ପରେ ବଡବାପାର ଆତ୍ମହତ୍ୟା ଉଦ୍ୟମ , ଉଭୟ ଗୁରୁତର

Published By : Suraj Kumar | June 8, 2025 7:05 PM

ଢେଙ୍କାନାଳ,୮/୬: ଜମିଜମା ବିବାଦକୁ ନେଇ ପୁତୁରା ଉପରେ ପେଟ୍ରୋଲ ପକାଇ ଜାଳିଦେଲା ବଡବାପା। କେବଳ ସେତିକିରେ ମନ ଶାନ୍ତି ହେଲାନି ଯେ, ପୁତୁରାର ପାନ ଦୋକାନରେ ମଧ୍ୟ ନିଆଁ ଲଗାଇ ଦେଇଛି। ପୁଲିସ ଗିରଫଦାରୀ ଭୟରେ ଅଭିଯୁକ୍ତ ବଡବାପା କୀଟନାଶକ  ପିଇ ଗୁରୁତର ହୋଇଛନ୍ତି। ଉଭୟ ପୁତୁରା ଓ ବଡବାପାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଇଲାକା ମହୁଲପାଳ ଗ୍ରାମରେ ଏହି ଘଟଣା ଘଟିଛି। 

 ମହୁଲପାଳ ଗ୍ରାମର ଚୈତନ୍ୟ ସାହୁ ଓ ତାଙ୍କ ପୁତୁରା ଟୁକୁନା ସାହୁଙ୍କ ମଧ୍ୟରେ ଜମିଜମା ବିବାଦ ରହିଛି। ଏହାକୁ ନେଇ ରବିବାର ସକାଳେ ଉଭୟଙ୍କ ପରିବାର ମଧ୍ୟରେ କଳି ଝଗଡା ଲାଗିଥିଲା। ପୁତୁରା ଟୁକୁନା ଘର ନିକଟରେ ଥିବା ପାନ ଦୋକାନ ଖୋଲିବାକୁ ଯାଉଥିବା ବେଳେ ବଡ଼ବାପା ଚୈତନ୍ୟ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଟୁକୁନା ପ୍ରାଣ ବିକଳରେ ଦୌଡ଼ି ଘର ମଧ୍ୟକୁ ପଳାଇ ଯାଇଥିଲେ। ଚୈତନ୍ୟଙ୍କ ମନ ଏତିକିରେ ଶାନ୍ତି ହୋଇନଥିଲା। ଟୁକୁନାଙ୍କ ଦୋକାନକୁ ନିଆଁ ଲଗାଇ ଜାଳି ଦେଇଥିଲେ। ପରିବାର ଲୋକ ଟୁକୁନାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ଏହି ଘଟଣା ଖବର ପାଇ ଭୁବନ ପୁଲିସ ଗ୍ରାମରେ ପହଞ୍ଚିଥିଲା। ମାତ୍ର ପୁଲିସ ଗିରଫଦାରୀ ଭୟରେ ଅଭିଯୁକ୍ତ ବଡବାପା ଚୈତନ୍ୟ କିଟନାଷକ ଔଷଧ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏହି ଘଟଣାର ଅନୁସନ୍ଧାନ ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.