ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ବାଇକକୁ ପିଟିଲା ଟ୍ରକ; ଦୁଇ ବାଇକ ଆରୋହି ମୃତ

Published By : Bijay Swain | June 13, 2025 11:45 PM

ନୂଆପଡ଼ା,୧୩/୬(ଆପ୍ର): ସ୍ତ୍ରୀଙ୍କୁ ପ୍ରସୂତୀ କରି ଶ୍ୱଶୁର ଘରକୁ ଫେରିଥିଲେ । ସ୍ତ୍ରୀ ନବ ଜନ୍ମିତ ଶିଶୁକୁ ଧରି ମା ଘରେ ପହଞ୍ଚିଥିଲେ । କିନ୍ତୁ ସ୍ବାମୀ ପହଞ୍ଚି ପାରିନଥିଲେ । ଅଧା ବାଟରେ ଚାଲିଗଲା ସ୍ଵାମୀଙ୍କ ଜୀବନ । ଏମିତି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଦଲଦଳି ଗାଁରେ । ଏକ ବାଇକ ଦୁର୍ଘଟଣାରେ ଦିଆନମୁଣ୍ଡା ଗାଁର କ୍ଷମା ଧରୁଆ(୨୮) ଓ ପୁରନ ଧରୁଆ(୩୦)ଙ୍କ ମୃତ୍ୟୁ ହୋଇଛି । 

ସୂଚନା ମୁତାବକ, ଆଜି ମଧ୍ୟାହ୍ନରେ ଲଖନା ଥାନା ଦିଆନମୁଣ୍ଡା ଗାଁର କ୍ଷମାଙ୍କ ପତ୍ନୀ ବୃନ୍ଦା ଧରୁଆଙ୍କ ପ୍ରସବ ବେଦନା ହେବାରୁ ତରବୋଡ଼ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅପରାହ୍ନରେ ବୃନ୍ଦାଙ୍କ ଗର୍ଭରୁ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ସନ୍ଧ୍ୟାରେ କ୍ଷମା ତାଙ୍କ ସ୍ତ୍ରୀ ଓ ନବ ଜାତକ ଶିଶୁ ପୁତ୍ରକୁ ସେବାଯତ୍ନ ପାଇଁ ଦଲଦଳି ସ୍ଥିତ ଶ୍ୱଶୁର ଘରକୁ ପଠାଇଥିଲେ । ରାତିରେ କ୍ଷମା ଓ ତାଙ୍କ ସମ୍ପର୍କୀୟ ଭାଇ ପୁରନ ଏକ ବାଇକ ଯୋଗେ ଦଲଦଳିକୁ ଆସୁଥିଲେ । ତେବେ ଶ୍ବଶୁର ଘରରେ ପହଞ୍ଚିବାକୁ ମାତ୍ର ଅଧା କିମି ବାକି ରହିଥିଲା । ଜାତୀୟ ରାଜପଥ ୩୫୩ ଦଲଦଳି ନିକଟ କପା ମିଲ ସମ୍ମୁଖରେ ବାଇକକୁ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା। ଏଥିରେ ଦୁଇ ବାଇକ ଆରୋହି ଛିଟିକି ପଡିଥିଲେ ।

ଦୁଇ ବାଇକ ଆରୋହୀଙ୍କ ମୁଣ୍ଡରେ କୌଣସି ଏକ ଭରିଯାନର ଚକ ଚଢ଼ି ଯାଇଥିବା ସ୍ଥାନୀୟ ଲୋକେ  ଅନୁମାନ କରିଛନ୍ତି । ତେବେ ଘଟଣା ସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏଠି ସ୍ତ୍ରୀ ନିଜ ନବଜାତକ ଶୁଶୁକୁ ଧରି ମା ଘରେ ପହଞ୍ଚି ସ୍ଵାମୀଙ୍କୁ ଅପେକ୍ଷା କରିଥିଲେ । କିନ୍ତୁ ଶଶୁର ଘର ଫେରିବା ବାଟରେ ସ୍ଵାମୀଙ୍କ ଜୀବନ ଚାଲି ଯାଇଛି । ରାତି ପ୍ରାୟ ସାଢ଼େ ୧୦ଟାରେ ଲଖନା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହ ଓ ଦୁର୍ଘଟଣା ଗ୍ରସ୍ତ ବାଇକକୁ ଜବତ କରି ତଦନ୍ତ ଚାଲିଥିବା ଲଖନା ଆଇଆଇସି ଦୁର୍ଗାମାଧବ ବାଘ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.