ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର, ୨ ଗୁରୁତର

Published By : Rasmita Pradhan | June 14, 2025 1:40 PM

ନୂଆପଡ଼ା,୧୪/୬ : ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିବା ବେଳେ ଆକ୍ରମଣ କଲା ଭାଲୁ। ଦୁଇ ଯୁବକ ଗୁରୁତର। ନୂଆପଡ଼ା ଜିଲ୍ଲା କୋମନା ଥାନା ସୋସେଙ୍ଗ ଗାଁରେ ଏହି ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଶନିବାର ସକାଳେ ସୁନାବେଡ଼ା ସୋସେଙ୍ଗ ଗାଁର ଦିଗଚନ ମାଝି(୩୬ ବର୍ଷ) ଓ ଅମଳ ମାଝି(୩୭ ବର୍ଷ) ଗାଁ ନିକଟ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଏକ ଭାଲୁ ତା'ର ଛୁଆ ସହ ବୁଲୁଥିଲା। ମଣିଷଙ୍କୁ ଦେଖି ଭାଲୁ ଆକ୍ରମଣ କରିଥିଲା । ଏଥିରେ ଦୁଇ ଯୁବକ ଲହୁଲୁହାଣ ହୋଇଥିଲେ । ଖବର ପାଇ ଗାଁ ଲୋକେ ଜଙ୍ଗଲକୁ ଯାଇ ଦୁଇ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି। ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବନ୍ୟପ୍ରାଣୀ ବିଭାଗ ଏସିଏଫ୍ ସଞ୍ଜୀବ ବନଗୋଲାଙ୍କ ନେତୃତ୍ଵରେ ଏକ ଟିମ୍ ଅଭୟାରଣ୍ୟ ସୋସେଙ୍ଗ ଅଭିମୁଖେ ବାହାରିଥିବା ଏସିଏଫ୍ ସୂଚନା ଦେଇଛନ୍ତି ।   


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.