ନୂଆପଡ଼ା,୧୫।୬(ଆପ୍ର): ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ପଞ୍ଚାୟତ ବାରପଲିଆରେ ବ୍ରଜପାତରେ ଜଣେ ମୃତ ଓ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ଯୁବକ ହେଲେ ବଳଦେବ ମାଝୀ (୪୩) ଓ ଅନ୍ୟ ଦୁଇ ଗୁରୁତର ହେଲେ ଧନସିଂ ଛତ୍ରିଆ (୩୦)ଓ ବୈକୁଣ୍ଠ ଛତ୍ରିଆ (୩୦) ।
ରବିବାର ଅପରାହ୍ନରେ ବାରପଲିଆ ଗାଁରେ ଝଡତୋଫାନ ସହ ବର୍ଷା ହେଉଥିଲା । ଏହି ସମୟରେ ଗୋଟିଏ ବରଗଛ ମୂଳରେ ଗାଁର ବଳଦେବ, ଧନସିଂ ଓ ବୈକୁଣ୍ଠ ଆଶ୍ରୟ ନେଇଥିଲେ । ସେଠାରେ ବଜ୍ରାଘାତରେ ବଳଦେବଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଦୁଇ ଯୁବକ ଧନସିଂ ଓ ବୈକୁଣ୍ଠ ଗୁରୁତର ଆହତ ହୋଇଥିଲେ। ଧନସିଂ ଓ ବୈକୁଣ୍ଠ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।