ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ମହୁଲ ତୋଳିବାକୁ ଯାଇଥିବା ବେଳେ ଅଘଟଣ, ଦନ୍ତା ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ

Published By : Harapriya Sethi | March 29, 2025 7:00 AM

ଦେବଗଡ଼, ୨୯/୩: ଦେବଗଡ଼ ଜିଲ୍ଲା ବାରକୋଟ ରେଞ୍ଜ୍‌ ପେଟପୁରା ବିଟ୍‌ ଅନ୍ତର୍ଗତ ବନବୀରା ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ବୁଢାଖମଣ ଗାଁର ପାର୍ଥ ନାଏକଙ୍କ ପୁଅ ଧବଳ (୪୮) ।  ଧବଳ ଭୋର୍‌ରୁ ବନବୀରା ସଂରକ୍ଷିତ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ ।ଅପରାହ୍ନରେ ଜଙ୍ଗଲକୁ ଯାଇଥିବା କେତେଜଣ ଗ୍ରାମବାସୀ ତାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖି ପୁଲିସ ଓ ବନ ବିଭାଗକୁ ସୂଚନା ଦେଇଥିଲେ । ପୁଲିସ୍‌ ଧବଳଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ଭୋର୍‌ ସକାଳୁ ଘଟଣା ଘଟିଥିଲେ ହେଁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବନ ବିଭାଗ ପାଖରେ ଖବର ନ ଥିବା ବିଭାଗୀୟ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାରକୋଟ ରେଞ୍ଜ ଅଫିସର ଚିତ୍ତରଞ୍ଜନ ପୁରୋହିତ ବିଳମ୍ବରେ ସୂଚନା ପାଇବା ଘଟଣାକୁ ସ୍ୱୀକାର କରିଛନ୍ତି । ବନାଗ୍ନି ରୋକିବାରେ କର୍ମଚାରୀ ବ୍ୟସ୍ତ ଥିବାରୁ ସୂଚନା ମିଳି ନ ଥିବା ସଫେଇ ଦେଇଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ କର୍ମଚାରୀ ଓ ରାପିଡ୍‌ ରେସପନ୍ସ ଟିମ୍‌ ପହଞ୍ଚି ଦନ୍ତାକୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବା କହିଛନ୍ତି ।  

ସୂଚନାଯୋଗ୍ୟ, ଗତ ମାସ କୁଣ୍ଢେଇଗୋଳା ସେକ୍ସନ ତୁଙ୍ଗାମାଳ ଗ୍ରାମରେ ଜଣେ ଚାଷୀଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିଲା । ଅନୁରୂପ ଭାବେ ଚଳିତ ମାସ ୧୩ ତାରିଖରେ ଲଇମୁରା ସେକ୍ସନ ପାଣିଭଣ୍ଡାର ଗାଁ ଝରାଡିହି ପଡ଼ାରେ ବାର୍‌ହା ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା । ବନ୍ୟପ୍ରାଣୀଙ୍କ ଉପଦ୍ରବରେ ଅଞ୍ଚଳରେ ବ୍ୟାପକ ଧନଜୀବନ ହାନି ହେଉଛି । ଏହାର ପ୍ରତିକାର କରିବାକୁ ସାଧାରଣରେ ଦାବି ହେଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.