ଦେବଗଡ଼,୦୩/୦୬: ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳରେ ଅଭାବନୀୟ ଘଟଣା। ଆଜି ସକାଳୁ ଘର ଦୁଆର ମୁହଁରୁ ଜଣେ ବୃଦ୍ଧଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ରିଆମାଳ ଥାନା ଅଧିନ ତବଦା ପଞ୍ଚାୟତ ଗୁଜାହୁଲି ଗ୍ରାମର ୭୨ ବର୍ଷୀୟ କାଲିଆନ ମୁଣ୍ଡା ବୋଲି ଜଣାପଡିଛି। ଏନେଇ ସ୍ଥାନୀୟଲୋକ ଖବର ଦେବା ପରେ ଘଟଣାସ୍ଥଳରୁ ମୃତଦେହ ଜବତ କରିଛି ପୁଲିସ। ତେବେ କାଲିଆ ମୁଣ୍ଡାଙ୍କ କେମିତି ମୃତ୍ୟୁ ଘଟିଥିଲା ତାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ହତ୍ୟା ସନ୍ଦେହ ବିଭିନ୍ନ ଦିଗ ଛାନ୍ଭିନ୍ କରୁଛି ପୁଲିସ।

କଂଗ୍ରେସର ପ୍ରେସମିଟ୍, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲ...