ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଲକ୍ଷପତି ଦିଦି ସମାବେଶ; ଶିଶୁ ଶ୍ରମିକ ନିରାକରଣ ସଚେତନ ରଥ ଲୋକାର୍ପିତ

Published By : Bijay Swain | June 13, 2025 7:45 PM

ମାଲକାନଗିରି, ୧୩/୬(ଆପ୍ର): ଲକ୍ଷପତି ଦିଦିଙ୍କ ସମାବେଶ ସହିତ ଶିଶୁ ଶ୍ରମିକ ନିରାକରଣ ସଚେତନ ରଥ ଆଜି ଲୋକାର୍ପିତ ହୋଇଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କ  ଭାଗିଦାରୀତାକୁ ରାଜ୍ୟ ସରକାର ଗୁରୁତ୍ବ ପ୍ରଦାନ କରୁଛନ୍ତି। ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିକାଶ ମେଳାର ଦ୍ଵିତୀୟ ଦିନରେ ମହିଳା ସଶକ୍ତିକରଣ ସମ୍ମିଳନୀ ଆୟୋଜନ କରାଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦଘାଟନ କରିଥିଲେ। 

ଏହି ଅବସରରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ମିଶନ ଶକ୍ତି ଡିପିସି ହର୍ଷାନନ୍ଦ ପ୍ରଧାନ, କାର୍ଯ୍ୟକ୍ରମ ପରିଚାଳକ ବାଲାଜୀ ପଟ୍ଟନାୟକ ଓ ଓରମାସ ଡେପୁଟି ସିଇଓ ଗୁଣ୍ଡିଚା ବେହେରା ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ  ଭାରତ ସରକାରଙ୍କ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଲକ୍ଷ୍ୟପତି ଦିଦି ଯୋଜନା ମାଧ୍ୟମରେ କିଭଳି ଅଧିକରୁ ଅଧିକ ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇ ପାରିବ ସେଥି ନିମନ୍ତେ ପ୍ରୋତ୍ସାହନ କରାଯାଇଥିଲା। ସୁଭଦ୍ରା ଯୋଜନା ଦ୍ୱାରା ଆଜି ଅନେକ ମହିଳା ଆର୍ଥିକ ଭାବେ ସଶକ୍ତ ହୋଇପାରିଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। 

ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବାଲ୍ୟ ବିବାହ ବିରୁଦ୍ଧରେ ଏହି ସମ୍ମିଳନୀରେ ସଚେତନତା ସୃଷ୍ଟି କରାଯାଇଅଛି। ସେହିପରି ପରିବେଶକୁ ସ୍ୱଚ୍ଛ ରଖିବା ନେଇ ସ୍ୱଚ୍ଛ ଭାରତ ମିଶନ ଓ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଦକ୍ଷତା ବିକାଶ ଉପରେ ଏଠାରେ ଆଲୋଚନା କରାଯାଇଛି। ଏହି ସମ୍ମିଳନୀରେ ଏମବିକେ, ସିଆରପି, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର, ଅଙ୍ଗନୱାଡ଼ି କର୍ମୀ, ଲକ୍ଷ୍ୟପତି ଦିଦି, ସୁଭଦ୍ରା ହିତାଧୀକାରୀ ଏବଂ ସମସ୍ତ ସିଡିପିଓ ମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ସମସ୍ତ ମହିଳା ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଧାନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇ ଆୟୋଜିତ ବିଷୟବସ୍ତୁ ଉପରେ ମାଆମାନଙ୍କୁ ସଚେତନ କରିଛନ୍ତି। 

ସେହିପରି ଏହି ମେଳାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଶ୍ରୀ ଶବର ଉଦଘାଟନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.