ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ

Published By : Suraj Kumar | June 11, 2025 10:27 PM

ମାଲକାନଗିରି, ୧୧/୬ (ଆ.ପ୍ର)  ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ରେ ସ୍ନାନପୂର୍ଣ୍ଣିମା ଉତ୍ସବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ସଦର ମହକୁମା ଶ୍ରୀଜଗନ୍ନାଥଙ୍କ ମନ୍ଦିର ରେ ସକାଳର ନିତିକାନ୍ତି ସରିବା ପରେ ରତ୍ନବେଦିରୁ ମନ୍ଦିରର ମୁଖ୍ୟପୂଜକ ବିନାୟକ ସତପଥି,ସନ୍ତୋଷ ନନ୍ଦ,ସେବାୟତ ବାଲାପଣ୍ଡା,ପ୍ରଫୁଲପଣ୍ଡା, ବାଲାପାଢି,ବ୍ରଜକିଶୋରପାଳ, ମଧୁପାଣିଗ୍ରାହ,ନିରଜଂନପଣ୍ଡା, ଦିବାକର ପାଳ,ସନ୍ତୋଷ ଦାଶ,.ସାଇ ପଟନାୟକ ଓ ଅନ୍ୟାନ ପୁଜକ, ସେବାୟତ, ଦଇତା ପତି ମାନେ ବଡ ଭାଇ ଶ୍ରୀବଳଭଦ୍ର,ଶ୍ରୀଜଗନ୍ନାଥ,ଭଉଣୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କୁ ପହଣ୍ଡି ବିଜେକରି ଶ୍ରୀମନ୍ଦିରରୁ ପାଛୋଟି ଆଣି ସ୍ନାନମଣ୍ଡପରେ ସ୍ଥାପନ କରିଥିଲେ । 

ଠାକୁରଙ୍କ ରିତିନିତି ଅନୁସାରେ ଶ୍ରୀବିଗ୍ରହ ଙ୍କୁ ୧୦୮ କଳସ ସୁବାଷିତ ଜଳରେ ସ୍ନାନକରାଯାଇ ଧୂପ, ଦୀପ, ଯଜ୍ଞ,ଆଳତୀ ପରେ ମଣ୍ଡପରେ ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା । ସର୍ବ ସାଧରଣ ଦର୍ଶନପରେ ତିନିଠାକୁରଙ୍କୁ ଅଧରପଣା ଦିଆଯାଇଥିଲା ।ଏହି ଦେବସ୍ନାନ ଦର୍ଶନ ପାଇଁ ସ୍ନାନମଣ୍ଡପରେ ଭକ୍ତଙ୍କ ଭିଡଲାଗିଥିଲା। ତନିଠାକୁର ଙ୍କ ରତିନିତି ସରିଲାପରେ ମଧ୍ୟାହ୍ନରେ ପୂଜକ ଓ ଦଇତାପତି ମାନେ ଆଣସର ଘରକୁ ପହଣ୍ଡି ବିଜେ କରି ପାଛୋଟି ନେଇଯାଇ ସେଠାରେ ବିଧିବିଧାନ ଅନୁସାରେ ଚତୁର୍ଦ୍ଧାମୂର୍ତିଙ୍କୁ ସ୍ଥାପନ କରିଥିଲେ । ଦିନତମାମ ମନ୍ଦିର ପରିଷର ଓ ସ୍ନାନ ମଣ୍ଡପନିକଟରେ ଜୟବଜରଙ୍ଗ କିର୍ତ୍ତନ ଦଳ ଙ୍କ ପକ୍ଷରୁ ସଂକିର୍ତନ ଓ ଭଜନ ସମାରୋହ ର ଆୟୋଜନ କରାଯାଇଥିଲା । ଠିକ ସେହିପରି ମୋଟୁ,କାଲିମେଳା, ଏମଭି୭୯, ପଡିଆ,ମାଥିଲି, ଗୋବିନ୍ଦପାଲି, ବାଲିମେଳା,ଚିତ୍ରକୋଣ୍ଡା ଠାରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.