ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ବାଲିମେଳା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ

Published By : Gurupada Nath | June 6, 2025 11:25 PM

ମାଲକାନଗିରି, ୬/୬ : ଡଙ୍ଗା ବୁଡ଼ି ଜଣେ ନିଖୋଜ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଓରାପଦର ଘାଟରେ । ବାଲିମେଳା ଜଳ ଭଣ୍ଡାର ନଦୀରେ ଏକ ଦେଶୀ ଡଙ୍ଗାରେ ନଦୀ ପାର ହେଉଥିବାବେଳେ କାଳବୈଶାଖୀ ବର୍ଷା ପବନ ହୋଇଥିଲା । ଫଳରେ ଡଙ୍ଗାଟି ବୁଡ଼ି ଯିବାରୁ ଡଙ୍ଗାରେ ଥିବା ଶାଙ୍କା ପଲାସି ନାମକ ଜଣେ ବ୍ୟକ୍ତି ଜଳ ଭଣ୍ଡାରରେ ବୁଡ଼ି ଯାଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ନେଇ ସ୍ଥାନୀୟ ଅଞ୍ଚଳର ସମାଜସେବୀ ଅନନ୍ତ ଶିଶା ସୂଚନା ଦେଇଛନ୍ତି। 

କୌଣସି ଉଦ୍ଧାର କାରି ଦଳ ଆଜି ସନ୍ଦ୍ୟା ସୁଦ୍ଧା ପହଞ୍ଚି ନ ଥିବାବେଳେ ନିଖୋଜ ବ୍ୟକ୍ତି ଜଣକ ନାକାମାମୁଡି ଗ୍ରାମ ପଞ୍ଚାୟତ ଅଧୀନ ବାଟାଗୁଡ଼ା ଗ୍ରାମର ଶୁକ୍ରା ପଲାସିଙ୍କ ପୁଅ ବୋଲି ଜଣାପଡ଼ିଛି । କୌଣସି କାର୍ଯ୍ୟ ନିମନ୍ତେ ଓରାପଦର ଗ୍ରାମକୁ ଯାଇଥିଲେ ଏବଂ କାମ ସାରି ଫେରୁଥିବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଯାଇଛି। ଦୀର୍ଘ ଦିନ ହେବ ଓରାପଦର ଘାଟରେ ଏକ ସ୍ଥାୟୀ ପୋଲ ନିର୍ମାଣ କରାଯିବା ଲାଗି ଦାବି କରିଆସୁଥିବାବେଳେ ଏ ପର୍ଯ୍ୟନ୍ତ ସରକାର      କୌଣସି ପଦକ୍ଷେପ ନେଉନଥିବାରୁ ବାରମ୍ବାର ଡଙ୍ଗା ବୁଡ଼ି ଅନେକ ଧନ ଜୀବନ ହାନୀ ଘଟୁଥିବାର ସମାଜ ସେବୀ ଅନନ୍ତ ଶିଶା ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.