ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଜୁନ୍‌ ୧୨ରେ ଦୁର୍ଲ୍ଲଭ ସଂଯୋଗ, ବଦଳିବ ଏହି ୬ ରାଶିଙ୍କ ଭାଗ୍ୟ...

Published By : Harapriya Sethi | June 7, 2025 6:37 AM

ବୁଧ ଓ ଶୁକ୍ରଙ୍କ ଲାଭ ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ। ଗ୍ରହଙ୍କ ଚଳନ ଓ ଜୀବନରେ ଶୁଭ,ଅଶୁଭ ପ୍ରଭାବ କାରଣରୁ ବିଭିନ୍ନ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ । ବୁଧ ଓ ଶୁକ୍ର ଗ୍ରହ ଏକାଠି ହେବା ସହ ଶୁଭ ସ୍ଥିତିରେ ରହିବା କାରଣରୁ ଲାଭ ଦୃଷ୍ଟି ଯୋଗ ସୃଷ୍ଟି ହୋଇଥାଏ । ୧୨ ଜୁନ୍‌ ୨୦୨୫ରେ ଏହି ୨ ଗ୍ରହ ଏକାଠି ହେବା ସହ ଶୁଭ ଯୋଗ ହେବାକୁ ଯାଉଛି। ସେହିପରି ସୁଖସମୃଦ୍ଧି ଧନ,ବୈଭବ,ପ୍ରେମର କାରକ ଗ୍ରହ ଶୁକ୍ର ଜୁନ୍‌ରେ ୨ ଥର ଚଳନ କରିବେ । ଜାଣନ୍ତୁ କେଉଁ କେଉଁ ରାଶିଙ୍କର ହେବ ବିବାହ ଓ ଧନ ସମ୍ପତ୍ତି ବୃଦ୍ଧି..ଜାଣନ୍ତୁ ଏହାର ପ୍ରଭାବରେ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..

ମିଥୁନ- ଏହି ରାଶିଙ୍କ ପାଇଁ ସମୟ ଅନୁକୂଳ ରହିଛି । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ମାନ-ସମ୍ମାନ ବୃଦ୍ଧି ହେବ । ଶିକ୍ଷା ଓ କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ ।

ତୁଳା- ଶୁଭ ସମୟ ଆରମ୍ଭ ହେବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ସଫଳତା କାରଣରୁ ମନ ପ୍ରସନ୍ନ ରହିବ । କର୍ମକ୍ଷେତ୍ରରେ ମଧ୍ୟ ବଡ ଲାଭ ମିଳିବ । ଆତ୍ମ ବିଶ୍ୱାସ ବୃଦ୍ଧି ହେବ । ଦେଶ-ବିଦେଶ ଯାତ୍ରାର ଯୋଗ ରହିଛି । ବିବାହର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

ଧନୁ- ଶୁଭ ଖବର ମିଳିବ । ଧନ-ସମ୍ପତ୍ତି ବୃଦ୍ଧି ହେବ । ଯାତ୍ରାର ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ । ନୂଆ ଯାନ କିଣିବାର ଯୋଗ ରହିଛି । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ।

କୁମ୍ଭ- ଆର୍ଥିକ ଓ ମାନସିକ କ୍ଷେତ୍ରରେ ମଜଭୁତ ହେବେ । ଆୟର ନୂଆ ନୂଆ ରାସ୍ତା ସାମ୍ନାକୁ ଆସିବ । ବ୍ୟବସାୟ ବିସ୍ତାର ହେବ । ଛାତ୍ରଛାତ୍ରୀ ସଫଳତା ପାଇବେ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ ।

ବୃଷ- ଶୁକ୍ରଙ୍କ ଏହି ଚଳନ ଫଳରେ ବୃଷ ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ଲାଭର ଅନେକ ସୁଯୋଗ ମିଳିବ । ଚାକିରିରେ ଶୁଭ ଖବର ମିଳିବ । ମାନ-ସମ୍ମାନ ବୃଦ୍ଧି ସହ ପ୍ରେମ ସମ୍ପର୍କ ମଜଭୁତ ହେବ । ଅବିବାହିତ ଯୁବକ ଯୁବତୀଙ୍କର ବିବାହ ହେବ ।

ସିଂହ- ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଚିନ୍ତା ଦୂର ହେବ । ଧନ ଲାଭର ଯୋଗ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.