ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଅନୁରାଧା ନକ୍ଷତ୍ରରେ ପ୍ରବେଶ କଲେ ଚନ୍ଦ୍ର : ବଦଳିବ ଏହି ୩ ରାଶିଙ୍କ ଭାଗ୍ୟ...

Published By : Harapriya Sethi | June 11, 2025 6:50 AM

ଜୁନ୍‍ ୧୦ ତାରିଖ ସକାଳ ୧୧ଟା ୩୫ମିନିଟ୍‌ରୁ ଜ୍ୟେଷ୍ଠ ପୂର୍ଣ୍ଣିମା ଆରମ୍ଭ ହୋଇଛି । ଯାହା ପରେ ଚନ୍ଦ୍ରର ଗୋଚର ହୋଇଛି । ଚନ୍ଦ୍ର ବର୍ତ୍ତମାନ ଅନୁରାଧା ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ୨୭ଟି ନକ୍ଷତ୍ର ମଧ୍ୟରେ ୧୭ତମ ନକ୍ଷତ୍ରଙ୍କ ସ୍ଥାନରେ ଅନୁରାଧା ରହିଛନ୍ତି । ଅନୁରାଧା ନକ୍ଷତ୍ରରେ ଜନ୍ମିତ ବ୍ୟକ୍ତିମାନେ ସାହାସୀ, ମହତ୍ୱକାଂକ୍ଷୀ, ଜିଦଖୋର ଏବଂ ଦୃଢମନା ହୋଇଥାନ୍ତି । ଏହି ଲୋକମାନେ ନିଜର କଠୋର ପରିଶ୍ରମ ଦ୍ୱାରା ଜୀବନରେ ଉଚ୍ଚ ପଦବୀ ହାସଲ କରନ୍ତି । ଚନ୍ଦ୍ର ଗୋଚର ଶୁଭ ପ୍ରଭାବରୁ ତିନୋଟି ରାଶି ପାଇଁ ଶୁଭଦାୟକ ହୋଇଛି ।

କର୍କଟ ରାଶି: ଚନ୍ଦ୍ରର ଏହି ଗୋଚର କର୍କଟ ରାଶିର ଲୋକଙ୍କ ଜୀବନରେ ଉନ୍ନତି ଆଣିବ । ଚନ୍ଦ୍ର ଦେବଙ୍କ ଆଶୀର୍ବାଦରେ ଛାତ୍ରମାନେ ବିଦେଶ ଯିବାର ସ୍ୱପ୍ନ ପୂରଣ ହେବ । ବ୍ୟବସାୟୀମାନେ ଲାଭ ପାଇବେ । ପରିବାର ସଦସ୍ୟଙ୍କ ସହିତ ଏକାଠି ମିଶିବାର ସୁଯୋଗ ମିଳିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ସରକାରୀ କମ୍ପାନୀରେ କାମ ମିଳିବ । ବ୍ୟବସାୟୀଙ୍କ ଯେକୌଣସି ଇଚ୍ଛା ପୂରଣ ହେବ ।

କନ୍ୟା ରାଶି: ଚନ୍ଦ୍ରଙ୍କ ବିଶେଷ ଆଶୀର୍ବାଦରୁ କନ୍ୟା ରାଶିର ଲୋକଙ୍କର ବହୁତ ଦିନର ଇଚ୍ଛା ପୂରଣ ହୋଇପାରେ । ସମ୍ପତ୍ତି, ସୁନା, କାଠ କିମ୍ବା ଲୁହା ସହିତ ଜଡିତ ବ୍ୟବସାୟ କରୁଥିବା ଲୋକଙ୍କୁ ଆର୍ଥିକ ଲାଭ ମିଳିବା ସମ୍ଭାବନା ଅଧିକ । ଚାକିରି କରୁଥିବା ଲୋକମାନେ ବହୁତ ନୂଆ ଜିନିଷ ଶିଖିବାକୁ ପାଇବେ । ପରିବାର ସହିତ ସମୟ ବିତାଇ ମାନସିକ ଶାନ୍ତି ମିଳିବ । ଯୁବକମାନେ ବନ୍ଧୁମାନଙ୍କ ସହିତ ଦୂର ସ୍ଥାନ ବୁଲିଯିବେ । ବୟସ୍କ ଲୋକମାନେ ଦୂର ସ୍ଥାନକୁ ଯାତ୍ରା କରୁଥିଲେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

କୁମ୍ଭ ରାଶି: ଚନ୍ଦ୍ର ଅନୁରାଧା ନକ୍ଷତ୍ରରେ ଗୋଚର କରିଥିବାରୁ କୁମ୍ଭ ରାଶିକୁ ଲୋକଙ୍କ ଆୟ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟ ବୃଦ୍ଧି ପାଇଁ କରାଯାଇଥିବା ଯୋଜନା ସଫଳ ହେବ । ଯୁବକମାନଙ୍କୁ ବିଦେଶରେ କାମ କରିବାର ସୁଯୋଗ ମିଳିବ । ପାରିବାରିକ ଜୀବନରେ ଖୁସି ରହିବେ । ପରିବାରରେ ନୂଆ ସଦସ୍ୟ ଯୋଡି ହେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.