ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଜୁଲାଇରେ ଆସିବ ଏନ୍‌ଏସ୍‌ଡିଏଲ୍‌ ଆଇପିଓ, ୪୦ କୋଟି ଡଲାର ସଂଗ୍ରହ ଲକ୍ଷ୍ୟ

Published By : Prameya | June 12, 2025 9:07 AM

ନୂଆଦିଲ୍ଲୀ,୧୨/୦୬: ନ୍ୟାସ୍‌ନାଲ ସିକ୍ୟୋରିଟିଜ୍‌ ଡିପୋଜିଟୋରି  ଲିମିଟେଡ୍‌(ଏନ୍‌ଏସ୍‌ଡିଏଲ୍‌)ର ପ୍ରାଥମିକ ପବ୍ଲିକ୍‌  ଅଫର ଅର୍ଥାତ୍‌ ଆଇପିଓ ଜୁଲାଇରେ ଆସିପାରେ । ରିପୋର୍ଟ ଅନୁସାରେ, ଆଇପିଓ ଜରିଆରେ ୪୦  କୋଟି ଡଲାର ବା ପ୍ରାୟ ୩,୪୨୦ କୋଟି ଟଙ୍କା  ସଂଗ୍ରହ ହେବ। ଏହି ଇସ୍ୟୁରେ କମ୍ପାନି ୫.୦୧  କୋଟି ସେୟାର ଜାରି କରିବ । ଏ ଆଇପିଓ ସମ୍ପୂର୍ଣ୍ଣ  ଭାବେ ଅଫର୍‌ ଫର୍‌ ସେଲ୍‌ ବା ଓଏଫ୍‌ଏସ୍‌ ହେବ।  

ଇସ୍ୟୁ ଜରିଆରେ ଆଇଡିବିଆଇ ବ୍ୟାଙ୍କ ଲିମିଟେଡ,  ନ୍ୟାସ୍‌ନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ ଲିମିଟେଡ୍‌  ଏବଂ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ ସମେତ କେତେକ ପ୍ରମୁଖ ନିବେଶକ ଏନ୍‌ଏସ୍‌ଡିଏଲ୍‌ରେ ନିଜ ସେୟାର  ବିକ୍ରି କରିବେ । ତେବେ ଆଇପିଓ ଜରିଆରେ  ଏନ୍‌ଏସ୍‌ଡିଏଲ୍‌ କୌଣସି ଆୟ ପ୍ରାପ୍ତ କରିବ ନାହିଁ । ଆସେଟ୍‌ ଅଣ୍ଡର୍‌ କଷ୍ଟଡି କ୍ଷେତ୍ରରେ ଏନ୍‌ଏସ୍‌ଡିଏଲ୍‌  ଦେଶର ସବୁଠାରୁ ବୃହତ୍‌ ଡିପୋଜିଟୋରି । ଏନ୍‌ଏସ୍‌ଡିଏଲ୍‌ର ଲିଷ୍ଟିଂର ପରିଚାଳନା  ଆଇସିଆଇସିଆଇ ସିକ୍ୟୋରିଟିଜ୍‌ ଲିମିଟେଡ୍‌,  ଏକ୍ସିସ୍‌ କ୍ୟାପିଟାଲ ଲିମିଟେଡ୍‌, ଏଚ୍‌ଏସ୍‌ବିସି ହୋଲ୍‌ଡିଙ୍ଗ୍‌ସ ଏବଂ ଆଇଡିବିଆଇ କ୍ୟାପିଟାଲ  କରୁଛନ୍ତି । ତେବେ କମ୍ପାନି ପକ୍ଷରୁ ଏଯାବତ୍‌  କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.