ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଅନ୍ଧରରେ ବିମାନ ବିକାଶ ଶିଳ୍ପ, ବଡ଼ ଚ୍ୟାଲେଞ୍ଜ ପାଲଟିଛି ଇଞ୍ଜିନର ସପ୍ଲାଏ, ମେଣ୍ଟେନାନ୍ସ, କୁଶଳୀ ଶ୍ରମଶକ୍ତି ଅଭାବ

Published By : Prameya | June 15, 2025 11:04 AM

ନୂଆଦିଲ୍ଲୀ ୧୫/୦୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ  ୧୭୧ କ୍ରାସ ହେବା ପରେ ଭାରତୀୟ ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ  ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ଏବେ  ଦେଶର ବିମାନ ପରିଚାଳନା କ୍ଷେତ୍ର ଆହ୍ୱାନ  ଦେଇ ଗତି କରୁଛି । ମାତ୍ର ବର୍ତ୍ତମାନର ଘଟଣା  ଉଭୟ ବିଶ୍ୱ ବଜାର ଏବଂ ବିମାନ ଯାତ୍ରୀଙ୍କ  ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଶର  ବିମାନ ଚଳାଚଳ ଏକ ଘଡ଼ି ସନ୍ଧି ମୁହୁର୍ତ୍ତ ଦେଇ ଗତି କରୁଥିବା ବେଳେ ଏହା ଅଗ୍ନି  ପରୀକ୍ଷାର ବେଳ ବୋଲି କୁହାଯାଉଛି ।  

୨୦୨୬ ସୁଦ୍ଧା ଭାରତ ବିଶ୍ୱର ୩ୟ ବୃହତ୍ତ ବିମାନ ଚଳାଚଳ ବଜାର ଭାବେ ଉଭା ହେବ ।  ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାଶନାଲ ରିପୋର୍ଟ ମୁତାବକ ୨୦୪୦ ବେଳକୁ ୧୩୦  କୋଟି ଲୋକ ବିମାନ ଯାତ୍ରା କରିବାର ଢ଼େର  ସମ୍ଭାବନା ରହିଛି । ମାତ୍ର ବଜାରର ସ୍ଥିତାବସ୍ଥା ବିନା ଯାତ୍ରୀ ସଂଖ୍ୟାରେ ଏହି ବୃଦ୍ଧି ବଡ଼ ସମସ୍ୟା ସୃଷ୍ଟି କରିବ । 

ବର୍ତ୍ତମାନ ଘରୋଇ ବଜାରରେ ସେବା ଯୋଗାଉଥିବା କମ୍ପାନି ଗୁଡ଼ିକ ସେମାନଙ୍କ ନିକଟରେ ଥିବା ବିମାନ ଗୁଡ଼ିକ ଠିକ୍‌  ପରିଚାଳନା କରିବାକୁ ସକ୍ଷମ ହେଉନାହାନ୍ତି । ମେଣ୍ଟେନାନ୍ସ କ୍ଷମତାର ଅଭାବ, କୁଶଳୀ  ଶ୍ରମଶକ୍ତି ନ ମିଳିବା, ନିୟାମକ ଚ୍ୟାଲେଞ୍ଜ  ଏବଂ ଶିଳ୍ପରେ ଗ୍ରାହକଙ୍କ ସ୍ୱାର୍ଥକୁ ସୁରକ୍ଷା  ଅଗ୍ରାଧିକାର ମନୋଭାବ ଏତେଟା ନ ଥିବାରୁ  ଏହା ଶିଳ୍ପ ଲାଗି ବଡ଼ ଚ୍ୟାଲେଞ୍ଜିଂ ହେବ ବୋଲି  ବିଶେଷଜ୍ଞ କହିଛନ୍ତି । 

ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅନେକ  ସମସ୍ୟା ଦେଖାଯାଏ । ପର୍ଯ୍ୟାପ୍ତ ସଂଖ୍ୟକ ବିମାନ ମିଳୁ ନ ଥିବାରୁ ବିମାନ ବାତିଲ,  ଉଚ୍ଚ ପରିମାଣର ଭଡ଼ା, ବିମାନ ବିଳମ୍ବ  ଭଳି ଅନେକ ସମସ୍ୟା ଦେଇ ଶିଳ୍ପ ଗତି  କରୁଛି । କେବଳ ପୁଞ୍ଜି ନୁହେଁ ଶିଳ୍ପକୁ ଦୃଢ଼ କରିବା ଦିଗରେ ଅଧିକ ପଦକ୍ଷେପ ଲୋଡ଼ା  ରହିଛି । ପରିଚାଳନାଗତ ଦକ୍ଷତା, ନିରାପତ୍ତାକୁ  ସର୍ବୋଚ୍ଚ ପ୍ରାଥମିକତା, କୁଶଳୀ ଶ୍ରମଶକ୍ତି ଏବଂ  କକ୍‌ପିଟ୍‌କୁ ଆହୁରି ଆଧୁନିକୀକରଣ କରିବା  ଉପରେ ଏବେ ଧ୍ୟାନ ଦେବାର ବେଳ ବୋଲି  କୁହନ୍ତି ବିଶେଷଜ୍ଞ । 

ଭାରତୀୟ ଏୟାର ଲାଇନ କମ୍ପାନି  ଗୁଡିକ ଲାଗି ପ୍ରମୁଖ ସମସ୍ୟା ମଧ୍ୟରେ  ପ୍ରାଟ୍‌ ଆଣ୍ଡ୍‌ ହ୍ୱିଟନି (ପିଆଣ୍ଡ୍‌ଡବ୍ଲ୍ୟୁ)  ଇଞ୍ଜିନର ବିଫଳତା । ବିଶ୍ୱ ସପ୍ଲାଇଚେନ ସମସ୍ୟା ଯୋଗୁ ଏଭଳି ସ୍ଥିତି ଆହୁରି ଜଟିଳ  ହୋଇଛି । ବିମାନ ଗୁଡ଼ିକ ମେଣ୍ଟେନାନ୍ସ  ଠିକ୍‌ ହୋଇ ପାରୁନ ଥିବାରୁ ପରିଚାଳନା କ୍ଷମତାବକୁ ବଡ଼ ମାତ୍ରାରେ ପ୍ରଭାବିତ  କରୁଛି । ରେଟିଂ ଏଜେନ୍ସି ଇକ୍ରା ମୁତାବକ,  ସପ୍ଲାଇ ଚେନ ସମସ୍ୟା ଏବଂ ବିମାନ  ଗୁଡ଼ିକର ଇଞ୍ଜିନରେ ବିଫଳତା ଶିଳ୍ପକୁ ବଡ  ମାତ୍ରାରେ କ୍ଷତି ପହଞ୍ଚାଉଛି । 

ପିଆଣ୍ଡଡବ୍ଲ୍ୟୁ  ଇଞ୍ଜିନ ଯୋଗାଣରେ ବିଳମ୍ବ ଯୋଗୁ  ଭାରତୀୟ କମ୍ପାନି ଗୁଡ଼ିକ କ୍ଷତି ସହୁଛନ୍ତି । ଇଞ୍ଜିନରେ ମସସ୍ୟା ଯୋଗୁ ଗୋଏୟାର କମ୍ପାନିକୁ ଏହାର ଅର୍ଦ୍ଧାଧିକ ବିମାନ ଛିଡା  କରିବାକୁ ପଡ଼ିଥିଲା । ସେହିଭଳି ଦେଶର  ପ୍ରମୁଖ ବିମାନ କମ୍ପାନି ଇଣ୍ଡିଗୋ ମଧ୍ୟ  ସମାନ ସମସ୍ୟା ଯୋଗୁ ଏବେ ଏହାର  ୬୦ରୁ ୭୦ ବିମାନକୁ ସେବାରୁ ବାଦ  ଦେଇଛି । ୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶର  ମୋଟ ବିମାନର ୧୬% ବା ୧୩୩ ବିମାନ  ଇଞ୍ଜିନ ସମସ୍ୟା ଯୋଗୁ ଚାଲିବାକୁ ସକ୍ଷମ  ନ ଥିବା ଇକ୍ରା ରିପୋର୍ଟରୁ ଜଣାପଡ଼ିଛି । 

ଏଭଳି ସମସ୍ୟାକୁ ନଜରରେ ରଖି  ଇଣ୍ଡିଗୋ ପିଆଣ୍ଡ୍‌ଡବ୍ଲ୍ୟୁ ଇଞ୍ଜିନ ପରିବର୍ତ୍ତେ  ସିଏଫ୍‌ଏମ୍‌ ପାୱାର ଫ୍ଲିଟ ବ୍ୟବସ୍ଥା ଗ୍ରହଣ  କରିବାକୁ ଅଗ୍ରସର ହୋଇଛି । ସେହିଭଳି  ବିମାନ କମ୍ପାନିଗୁଡ଼ିକର ଦକ୍ଷ ପାଇଲଟଙ୍କ  ଅଭାବ ଅନ୍ୟ ଏକ ପ୍ରମୁଖ ସମସ୍ୟା ଭାବେ  ଉଭା ହୋଇଛି । ଅନ୍ୟ ପଟେ ନିରାପତ୍ତା, ବିଶ୍ୱ  ସ୍ତରୀୟ ଭିତ୍ତିଭୂମି ନେଇ ଆଶଙ୍କା, କିଙ୍ଗଫିସର,  ଜେଟ ଭଳି ବଡ ବିମାନ କମ୍ପାନିଙ୍କ ବିଫଳତା  ସହ ଶିଳ୍ପ ସାମ୍ନାରେ ଅନେକ ଆହ୍ୱାନ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.