ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

କେ. ବଲାଙ୍ଗରୁ ବିସ୍ଫୋରକ ଲୁଟ୍ ଘଟଣା, ଇନଫର୍ମର ଜର୍ଜ ମୁଣ୍ଡା ଗିରଫ

Published By : Harapriya Sethi | June 15, 2025 2:26 PM

ରାଉରକେଲା,୧୫/୦୬: ସୁନ୍ଦରଗଡ଼ ଜିଲ୍ଲାର କେ.ବଲାଙ୍ଗଠାରେ ବିସ୍ଫୋରକ ଲୁଟ୍ ଘଟଣାରେ ରାଉରକେଲା ଜିଲ୍ଲା ପୁଲିସ ଆଜି ଜଣେ ଇନଫର୍ମରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କେ. ବଲାଙ୍ଗ ଥାନା ଅଧୀନ ବଙ୍କୋ ଅଞ୍ଚଳର ଜର୍ଜ ମୁଣ୍ଡା (୪୩ ବର୍ଷ)। ଏହି ଘଟଣାରେ ଓଡ଼ିଶା - ଝାଡ଼ଖଣ୍ଡ ସୀମାନ୍ତରୁ ୩ କେଜି ୮୧୧ ଗ୍ରାମ ବିସ୍ଫୋରକ ଉଦ୍ଧାର କରାଯାଇଥିବା ଆଜି ଏସପି କାର୍ଯ୍ୟଳୟରେ ଡିଆଇଜି ବ୍ରିଜେଶ ରାୟ, ଏସପି ନୀତେଶ ୱାଧ୍ୱୱାନି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ମାସ ୨୭ ତାରିଖ ଦିନ ଇତିମା ଗୋଦାମରୁ ପ୍ରାୟ ୪ଟନ୍ ବିସ୍ଫୋରକ ଧରି ବାଙ୍କୋ ପଥର ଖଣିକୁ ଯାଉଥିଲା। ଏହି ସମୟରେ ବାଙ୍କୋ ଅଞ୍ଚଳ ନିକଟରେ ଅଚାନକ ୧୦ରୁ ୧୫ଜଣ ନିଜକୁ ମାଓବାଦୀ କହି ଉକ୍ତ ଗାଡ଼ିକୁ ଅଟକାଇ ସରଣ୍ଡା ଜଙ୍ଗଲ ଆଡ଼କୁ ନେଇଯାଇଥିଲେ। ସେଠାରୁ ଚାଳକକୁ ଧମକାଇ ଗାଡିରୁ ୨୦୦ ପ୍ୟାକେଟ ବିସ୍ଫୋରକ ଲୁଟ୍ କରି ଜଙ୍ଗଲକୁ ଚାଲି ଯାଇଥିଲେ। ଘଟଣା ସାମ୍ନାକୁ ଆସିବା ପରେ ଏସଆଇଟି ଟିମ୍ ଗଠନ ହୋଇ ଏହାର ତଦନ୍ତ କରିଥିଲା। ତଦନ୍ତ ବେଳେ ବାଙ୍କୋ ଖଣି ଅଞ୍ଚଳରେ ରହୁଥିବା ଜର୍ଜ ଏଥିରେ ସମ୍ପୃକ୍ତି ଥିବା ଜଣାପଡିଥିଲା। ପରେ ତାକୁ ପୁଲିସ ଉଠାଇ ଆଣି ପଚରାଉଚରା ବେଳେ ସେ ସ୍ବୀକାର କରିଥିଲା। ସେ ଉକ୍ତ ଖଣିକୁ ବିରୋଧ କରି ଆସୁଥିଲା ଓ ମାଓବାଦୀଙ୍କ ସମ୍ପର୍କରେ ଥିଲା। ଲୁଟ୍ ପାଇଁ ସମସ୍ତ ସୂଚନା ଦେଇଥିଲା । ପରେ ତଦନ୍ତ କରି ୩ କେଜି ୮୧୧ ଗ୍ରାମ ବିସ୍ଫୋରକ ଜବତ କରାଯାଇଛି। ଏଥିସହ ଏଥିରେ ଅନ୍ୟ କେହି ସଂପୃକ୍ତ ସେନେଇ ଇନଫର୍ମର ଜର୍ଜଙ୍କୁ ପଚରାଉଚରା କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.