ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ସହିଦ ଯବାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଗାର୍ଡ ଅଫ ଅନର, ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଝାଡ଼ଖଣ୍ଡ ରାଜ୍ୟପାଳ

Published By : Harapriya Sethi | June 15, 2025 8:38 AM

ରାଉରକେଲ, ୧୫/୦୬: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋଲଙ୍ଗଳକଟା ଜଙ୍ଗଲ ମଝିରେ ଶନିବାର ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ସିଆରପିଏଫ୍‌ ଏଏସ୍‌ଆଇ ସତ୍ୟବାନ ସିଂହ (୩୪) ସହିଦ ହୋଇଛନ୍ତି । ବାଙ୍କୋ ସଂରକ୍ଷିତ ଜଙ୍ଗଲରୁ କମ୍ବିଂ ଅପରେସନ ସାରି ଯବାନ ଫେରୁଥିବାବେଳେ ଏହି ଦୁଃଖଦ ଘଟଣା ଘଟିଛି । ରାଉରକେଲା ବିମାନ ବନ୍ଦରରୁ ସହିଦ ଯବାନଙ୍କ ପାର୍ଥିବ ଶରୀରକୁ ହେଲିକପ୍ଟରରେ ରାଞ୍ଚି ନିଆଯାଇଥିଲା । ରାଞ୍ଚିର ଦୁରବାସ୍ଥିତ ସିଆର୍‌ପିଏଫ୍‌ କ୍ୟାମ୍ପରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପୁଲିସ୍‌ ଡିଜି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସହିଦ ଯବାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଛି । ଯବାନଙ୍କ ପାର୍ଥିବ ଶରୀରକୁ ପୈତୃକ ଘର ଉତ୍ତରପ୍ରଦେଶ ପଠାଯାଇଛି । ରବିବାର ତାଙ୍କ ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି । 

ଗତ ମେ’ ୨୭ରେ ବାଙ୍କୋ ପଥର ଖାଦାନରୁ ମାଓବାଦୀ ୫ ଟନ୍‌ ବିସ୍ଫୋରକ ଲୁଟି ନେଇଥିଲେ । ଏହାପରେ ଝାଡ଼ଖଣ୍ଡ ଓଡ଼ିଶା ଯବାନଙ୍କ ପକ୍ଷରୁ ସରଣ୍ଡା ଜଙ୍ଗଲରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ତଲାସୀ ବେଳେ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୪ ଟନ୍‌ ବିସ୍ଫୋରକ ଉଦ୍ଧାର ହୋଇଛି । ଅବଶିଷ୍ଟ ବିସ୍ଫୋରକ ଉଦ୍ଧାର ଲାଗି ଅପରେସନ ଜାରି ରହିଛି । ଗତ ୬ ତାରିଖରେ ଝାଡ଼ଖଣ୍ଡର ୧୩୪ ବାଟାଲିଅନ ସିଆରପିଏଫ୍‌ ‘ସି’ କମ୍ପାନି ପକ୍ଷରୁ ବାଙ୍କୋ, ସିଲକୁଟା ଓ ଲଙ୍ଗଳକଟା ଅଞ୍ଚଳରେ ଚାଲିଥିବା ସର୍ଚ୍ଚ ଅପରେସନରେ ଏଏସ୍‌ଆଇ ସତ୍ୟବାନ ସିଂହ ସାମିଲ ଥିଲେ । ବାଙ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ସୂଚନା ପାଇବା ପରେ ଗୁରୁବାର ଯବାନ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଶନିବାର ସକାଳ ପ୍ରାୟ ୫ଟାରେ ଅପରେସନ ସାରି ଯବାନମାନେ ଫେରୁଥିବାବେଳେ ବାଙ୍କୋ-ଲଙ୍ଗଳକଟା ଜଙ୍ଗଲ ରାସ୍ତାରେ ମାଓବାଦୀ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ ଆଗରେ ଥିବା ସିଆର୍‌ପିଏଫ୍‌ ଏଏସ୍‌ଆଇ ସତ୍ୟବାନ ଗୁରୁତର ହୋଇଥିଲେ । ତାଙ୍କୁ ରାଉରକେଲାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ, ଏସ୍‌ପି ନିତେଶ ୱାଧୱାନୀଙ୍କ ସମେତ ସିଆରପିଏଫ୍‌ର ବରିଷ୍ଠ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ତଦାରଖ କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଏଏସ୍‌ଆଇ ସତ୍ୟବାନଙ୍କ ମୃତ୍ୟୁ ହୋଇଯାଇଥିଲା । ନିକଟରେ ସମ୍ପୃକ୍ତ ଅଞ୍ଚଳରେ ଯବାନମାନେ ସର୍ଚ୍ଚ ଅପରେସନ କରିଥିଲେ ମଧ୍ୟ ଲ୍ୟାଣ୍ଡମାଇନ୍‌ କି ଆଇଇଡିର ସନ୍ଧାନ ପାଇ ନ ଥିଲେ । ଶନିବାର ଘଟଣାରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଲାଲବାହିନୀ ସକ୍ରିୟ ହୋଇଉଠିଥିବା ସ୍ପଷ୍ଟ ହୋଇଛି । 


 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.