ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ଇଣ୍ଡିଗୋ ବିମାନ ,୨୨୭ ଯାତ୍ରୀ ସୁରକ୍ଷିତ

Published By : Anindita Ratha | May 22, 2025 8:17 AM

ନୂଆଦିଲ୍ଲୀ,୨୨/୦୫:କୁଆପଥର ମାଡ଼ରେ ଇଣ୍ଡିଗୋ ବିମାନ କ୍ଷତିଗ୍ରସ୍ତ। ନୂଆଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଗତକାଲି ଖରାପ ପାଗ ସହିତ ପ୍ରବଳ କୁଆପଥର ବର୍ଷାର ସମ୍ମୁଖୀନ ହୋଇଥିଲା। କୁଆପଥର ମାଡ଼ରେ ବିମାନର ସମ୍ମୁଖ ଅଂଶ କ୍ଷତିଗ୍ରସ୍ତ ହୋଇଥିଲା । ଯାହାକୁ ନେଇ ବିମାନ ଶ୍ରୀନଗରରେ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। 

ତେବେ ୨୨୭ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା  ବିମାନଟି କାଶ୍ମୀର ଉପତ୍ୟକା ନିକଟରେ ପହଞ୍ଚିବା ସମୟରେ ପ୍ରତିକୂଳ ପାଣିପାଗର ସମ୍ମୁଖୀନ ହୋଇଥିଲା। ଅଶାନ୍ତ ପାଗ ଯୋଗୁଁ  ଶ୍ରୀନଗରସ୍ଥିତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ କୁ   ପାଇଲଟ ଜରୁରୀସ୍ଥିତି ଘୋଷଣା କରବାକୁ ବାର୍ତ୍ତା ପଠାଇଥିଲେ। ଅଧିକାରୀମାନେ କହିଛନ୍ତି ଯେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ବିମାନଟି ସନ୍ଧ୍ୟା ସାଢ଼େ ୬ଟାରେ ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିବାରେ ସଫଳ ହୋଇଛି। ଇଣ୍ଡିଗୋର ବିବୃତିରେ କୁହାଯାଇଛି ଯେ  କୁଆପଥର ମାଡ଼ର ସମ୍ମୁଖୀନ ହେବାପରେ ବିମାନର କେବିନ୍ କ୍ରୁ ପ୍ରୋଟୋକଲ୍ ଅନୁସରଣ କରିଥିଲେ । ଏହାସହିତ ବିମାନର ସୁରକ୍ଷିତ  ଅବତରଣ ସମ୍ଭବ ହୋଇଥିଲା। ଆଉ ଏହାରି ମଧ୍ୟରେ କ୍ୟାବିନ୍ ଭିତରୁ ଭାଇରାଲ ହେଉଛି ଭିଡ଼ିଓ । ଯେଉଁଥିରେ ଅଶାନ୍ତ ସ୍ଥିତି ଦେଖିବାକୁ ମିଳିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.